ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଶାରଦା ମଣ୍ଡପ ଠାରେ ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କ୍ରମେ ନବ ସଂକଳ୍ପ ସମାବେଶ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଅନନ୍ତ ସେଠୀ ପୂର୍ବତନ ବିଧାୟକ ଲାଳଟେନ୍ଦୁ ମହାପାତ୍ର, ନବନିର୍ବାଚିତ ଜଗତସିଂହପୁର ପୋୖରାଧକ୍ଷା ଅର୍ଚ୍ଚନା ସିଂହ, ପୁର୍ବତନ ଜିଲ୍ଲା କଂଗ୍ରେସ ସଭାପତି ରବୀନ୍ଦ୍ରନାଥ ମହାନ୍ତି, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଲବ ଚୌଧୁରୀ, ସାଂସଦ ପ୍ରାଥିନି ପ୍ରତିମା ମଲ୍ଲିକ, ତିର୍ତ୍ତୋଲ ନେତା ହିମାଂଶୁ ମଲ୍ଲିକ,ପିସିସି ସଂପାଦକ ନଳିନି ସ୍ବାଇଁ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ ପିନାକୀ ନାରାୟଣ ଦାସ, ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ କିଭଳି ବ୍ଲକ ସ୍ତରରେ ଓ ବୁଥ୍ ସ୍ତରରେ ଦଳକୁ କଂଗ୍ରେସ ଦଳକୁ ମଜବୁତ୍ କରାଯିବ ସେନେଇ ଆଲୋଚନା କରିବା ସହ ଆହ୍ବାନ ଦେଇଥିଲେ।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।