ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୁଦ୍ଧରେ ଗର୍ଜିଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ

21

Get real time updates directly on you device, subscribe now.

ଖୋର୍ଦ୍ଧା(ସଂଘର୍ଷ ମିଡିଆ) : – ଖୋର୍ଦ୍ଧା ଜିଲା ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ଆଜି ବାଲୁଗାଁ ବିଜେଡି ଅଫିସ ଠାରେ ବିଜେଡି କର୍ମୀ ସମିଳନୀ କରି ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦେବ ଏବଂ ଜିଲା ପରିସଦ ସଭ୍ୟ ଗୋପୀନାଥ ମହାରଣାଙ୍କ ବିରୋଧରେ ଦେଇଛନ୍ତି ବିସ୍ପୋରକ ମନ୍ତବ୍ୟ । ଯାହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ନୂଆ ରାଜନୀତି ସୃଷ୍ଟି ହୋଇଛି। ଏହି କର୍ମୀ ସମିଳନୀରେ ରଘୁନାଥ ସାହୁ ସିଧା ପ୍ରଶାନ୍ତ ଜଗଦେବଙ୍କ ଚାରି ବର୍ଷର କାର୍ଯ୍ୟ କଳାପ ବିଷୟରେ ବୁଝାଇ କହିଥିଲେ । ସେ କହିଛନ୍ତି ଯେ, ବିଧାୟକ ପାଞ୍ଚ ପ୍ରତିଶତ ପିସି ନ ନେଲେ କୌଣସି କାମ କାହାକୁ ଦେଉ ନାହାଁନ୍ତି । ତାଙ୍କର ଗତ ଚାରି ବର୍ଷରେ ଚିଲିକା ପୁରା ଦୁର୍ନିତିରେ ବୁଡି ଗଲାଣି । ସେ ଏବଂ ତାଙ୍କ ସହଯୋଗୀମାନେ ଚିଲିକା ନିର୍ବାଚନ ମଣ୍ଡଳୀକୁ ଲୁଟିବାରେ ଲାଗିଛନ୍ତି ବୋଲି ସିଧା ଜବାବ ରଖିଥିଲେ। ବର୍ତ୍ତମାନର ବିଧାୟକଙ୍କ ଯେଉଁ ମାନଙ୍କ ସହିତ ମିଶି ଚିଲିକା ନିର୍ବାଚନ ମଣ୍ଡଳିକୁ ଲୁଟିବାରେ ଲାଗିଛନ୍ତି ,ଏହି ଖବର ନବୀନ ନିବାସରେ ପହଁଚି ସାରିଛି ବୋଲି ରଘୁନାଥ ସାହୁ ନିଜ ଅଭିଭାଷଣରେ କହିଥିଲେ । ଯଦି ଏବେଠାରୁ ସଂଗଠନ ଠିକ ନ କରିବା ତେବେ ଆସନ୍ତା ନିର୍ବାଚନରେ ବିଜୁ ଜନତା ଦଳ ଚିଲିକାର ଜିତିବା କଷ୍ଟକର ହୋଇଯିବ ବୋଲି କହିଛନ୍ତି ପୁର୍ବତନ ବିଧାୟକ ରଘୁନାଥ ସାହୁ। ଏ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜେଡି ଦଳ ଚିଲିକାର ଦୁର୍ନିତି ଉପରେ ସମୀକ୍ଷା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । ଖୋର୍ଦ୍ଧାରୁ ବିରେନ କୁମାର ସାହୁଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More