ଚନ୍ଦାହାଣ୍ଡିରେ ହିତାଧିକାରୀଙ୍କୁ ମିଳୁନି ଭତ୍ତା, ଭତ୍ତା ଦୁର୍ନୀତିରେ ବିଡିଓ ସାମିଲ- ଅଭିଯୋଗ ଆଣିଲା ବିଜେପି

24

Get real time updates directly on you device, subscribe now.

ଚନ୍ଦାହାଣ୍ଡି (ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ରେ ଆଜକୁ ତିନି ମାସରୁ ଉର୍ଦ୍ଧ୍ବ ହେବ ହିତାଧିକାରୀ ଙ୍କୁ ଭତ୍ତା ଟଙ୍କା ମିଳୁନଥିବାରୁ ବୃଦ୍ଧ, ବୃଦ୍ଧା, ଦିବ୍ୟlଙ୍ଗ ହିତାଧିକାରୀ ମାନେ ଭତ୍ତା ପାଇବାରୁ ବଞ୍ଚିତ ହେବା ସହ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଗତ ଦିନ ରେ ଏହି ଭତ୍ତା ଦୁର୍ନୀତି ମାମଲାରେ ଜିଲ୍ଲା ପ୍ରଶାସନ ଚନ୍ଦାହାଣ୍ଡି ବ୍ଲକ ର ଦୁଇ ଜଣ କର୍ମଚାରୀ ପ୍ରକାଶ ଢାଲୀ ଓ ଧର୍ମେନ୍ଦ୍ର ସାହୁ ଙ୍କୁ ଚାକିରୀ ରୁ ବହିଷ୍କାର କରିବାସହ ଉଭୟଙ୍କ ନାମରେ ଚନ୍ଦାହାଣ୍ଡି ଥାନାରେ ଏକ ଫୌଜଦାରୀ ମାମଲା ରୁଜୁ କରାଗଲା, କିନ୍ତୁ ଏହି ଦୁର୍ନୀତି ର ମୁଖ୍ୟଦୁଇ ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ ମାଝୀ ଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଆଜି ଚନ୍ଦାହାଣ୍ଡି ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ ଦୀର୍ଘ ତିନିମାସ ପର୍ଯ୍ୟନ୍ତ ହିତାଧିକାରୀ ଭତ୍ତା ନ ପାଇବାରୁ ଯାଞ୍ଚ ପରେ ହିତାଧିକାରୀ ଙ୍କ ଭତ୍ତା ଟଙ୍କା ଦାୟିତ୍ଵ ରେ ଥିବା କର୍ମଚାରୀ ପ୍ରକାଶ ଢାଲି ତାଙ୍କ ନିଜ ଏକାଉଣ୍ଟ୍ କୁ ଟ୍ରାନ୍ସଫର କରିଥିବା ଓ ଏଥିରେ ଧର୍ମେନ୍ଦ୍ର ସାହୁ ସହଯୋଗ କରିଥିବା ଅଭିଯୋଗରେ ଜିଲ୍ଲାପାଳ ଦୁଇ ଜଣ କର୍ମଚାରୀ ଙ୍କୁ ଚାକିରି ରୁ ବହିଷ୍କାର କରିବା ସହ ସମସ୍ତ ଫାଇଲ ଜବତ କରିଥିଲେ l ଏଥିପାଇଁ ବ୍ଲକ ର ୧୪ ଟି ପଞ୍ଚାୟତ ର ହିତାଧିକାରୀ ମାନେ ଭତ୍ତା ପାଇବାରୁ ବଞ୍ଚିତ ହୋଇ ପ୍ରତେକ ଦିନ ବ୍ୟାଙ୍କ କୁ ଆସି ନିରାଶ ହୋଇ ଫେରୁଥିଲେ। ଚନ୍ଦାହାଣ୍ଡି ଭାଜପା ତରଫରୁ ସାମ୍ବାଦିକ ସମ୍ମିଳନୀ ରେ ପ୍ରଶାସନ ବିରୁଦ୍ଧରେ ବର୍ଷିବା ସହ ସ୍ଥାନୀୟ ବିଧାୟକ ଓ ସାଂସଦ ଏଥିରେ ପ୍ରତ୍ୟକ୍ଷ ଭାବରେ ସାମିଲ ଥିବା କହିଥିଲେ l ବିଡ଼ିଓ ଏହି ଦୁର୍ନୀତି ର ମୁଖ୍ୟ ସୂତ୍ରଧର ହୋଇଥିବା ବେଳେ ସେ ମନରେଗା,୫ ଟି, ପ୍ରଧାନମନ୍ତ୍ରୀ ଆବାସ ଗୃହ, ପାଇଖାନା ଦୁର୍ନୀତି ରେ ସାମିଲ ଥିବା କହିଥିଲେ l ବିଡ଼ିଓ ଙ୍କ ବିନା ଅଗୋଚର ରେ ଏହି ଦୁର୍ନୀତି କିପରି ହେଲା ବୋଲି କହିବା ସହ ଦୁଇ ଦିନ ଭିତରେ ଯଦି ହିତାଧିକାରୀ ମାନେ ଭତ୍ତା ନ ପାଇଲେ ଭାଜପା ତରଫରୁ ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଥିଲେ ।ଆଜିର ସାମ୍ବାଦିକ ସମ୍ମିଳନୀରେ ରାୟଗଡା ଜିଲ୍ଲା ପ୍ରଭାରୀ ଗୋବିନ୍ଦ କୁମାର ଜୈନ, ଚନ୍ଦାହାଣ୍ଡି ମଣ୍ଡଳ ସଭାପତି ପ୍ରତାପ ଚନ୍ଦ୍ର ବାଘ, ମାଲଗାଁ ମଣ୍ଡଳ ସଭାପତି ଡମ୍ବରୁଧର ମାଝୀ, ଯୁବ ନେତା ଭୋଦେବ ବାଘ, ଲାଲମୋହନ ଧୁରୁଆ,ମାନସିଂ ଚୌହାନ, ମୁରଲୀ ପୋଡ,ଯାଦବ ବଗର୍ତ୍ତୀ,ତିଲଚାନ୍ଦ ବାଘ, ଭୁବନେଶ୍ୱର ସାଗର, ବାବୁଲାଲ ଜଗତ, ଜୟଧର ଚଣ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ। ନବରଙ୍ଗପୁର ଜିଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ସଙ୍ଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More