ଗୁମ୍ମା ବ୍ଳକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

21

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଗୁମ୍ମା ବ୍ଳକରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଗୁମ୍ମା ବ୍ଳକର ବିଭିନ୍ନ ଅଞ୍ଚଳ ବୁଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନ ହିତକର ଯୋଜନା ଗୁଡିକ କିପରି ତୃଣମୂଳ ସ୍ତରରେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରିବ ଓ ଜିଲ୍ଲାର ବିକାଶ ଧାରାକୁ ତ୍ୱରାନ୍ୱିତ ହୋଇ ପାରିବ।ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ କରି ସରକାରଙ୍କ ଯୋଜନାରେ ପ୍ରକୃତ ହିତାଧିକାରୀ ସାମିଲ ହୋଇ ପାରିବେ।ଜନ ସାଧାରଣ ସଚେତନତା ହେବା ସହ ଜିଲ୍ଲାର ବିକାଶର ଅଗ୍ରଗତି ହୋଇ ପାରିବ ତ ଆଶା କରାଯାଉଛି।ଏହି ପଦଯାତ୍ରାରେ ବିଜେଡ଼ି ଯୁବ ସଭାପତି ଏସ ଲିଙ୍ଗରାଜ, ଲକ୍ଷ୍ମୀ କାନ୍ତ ପରିଚ୍ଛା, ଯାମାଦାର ପଟ୍ଟନାୟକ,ପ୍ରଣୋଜ ପଟ୍ଟନାୟକ, ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ,ଗୁମ୍ମା ବ୍ଳକ ଅଧ୍ୟକ୍ଷ। ସୁନେମି ମଣ୍ଡଳ,ବରିଷ୍ଠ ବିଜେଡି ନେତା ବସନ୍ତ ଦାସ ପ୍ରମୁଖ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More