କେନ୍ଦ୍ର ସରକାରଙ୍କ ଘରୋଇକରଣ ନୀତି ପ୍ରତିବାଦରେ ଯୁବ କଂଗ୍ରେସର ପ୍ରତିବାଦ ସହ ଦାବିପତ୍ର ପ୍ରଦାନ

28

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ ) : r- କେନ୍ଦ୍ର ସରକାର ଦେଶର ବିଭିନ୍ନ ସରକାରୀ ସମ୍ପତ୍ତିକୁ ଘରୋଇ କରଣ କରିବା ପ୍ରତିବାଦରେ ଆଜି କଳାହାଣ୍ଡି ଯୁବ କଂଗ୍ରେସ ଏବଂ ଜିଲ୍ଲା କଂଗ୍ରେସ ତରଫରୁ କଲମପୁର BDO ପ୍ରସନ୍ନ କୁମାର ପଟେଲଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ପାଞ୍ଚଦଫା ଦାବିପତ୍ର ପ୍ରଦାନ କଲେ ।ସୂଚନାରୁ ପ୍ରକାଶ ଯେ ଏହାଦ୍ଵାରା ହାଜର ହଜାର ସରକାରୀ କର୍ମଚାରୀ ଚାକିରୀ ହରାଇବା ସହ ଏମାନଙ୍କ ଜୀବନ ଜୀବିକାରେ ବାଧକ ସାଜିବା ସହ ଦେଶର ରାଜକୋଷକୁ ଆସୁଥିବା ରାଜସ୍ୱ ସିଧାସଳଖ କମ୍ପାନୀ ହାତକୁ ଚାଲିଯିବା ଫଳରେ ଦେଶର ଆର୍ଥିକ ସମସ୍ୟା ସମ୍ବୁଖୀନ ଯେ ନହେବ ତାହାର କୌଣସି ଠିକଣା ନାହିଁ । ଏଣୁ ଦେଶବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଘରୋଇ କରଣ ନୀତିକୁ ବନ୍ଦ କରିବା ସହିତ ସ୍ଥାନୀୟ ଅଂଚଳର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ କଲମପୁର BDO ଶ୍ରୀ ପଟେଲ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ଏଥିରେ ପ୍ରଦେଶ କଂଗ୍ରେସ ସଦସ୍ୟ ଶ୍ରୀ ଦିଗାମ୍ବର ଦୁରିଆ ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ,ଧର୍ମଗଡ଼ ନଗର ସଭାପତି ଡାକେଶ୍ଵର ଲହଜଳ ,କଲମପୁର ବ୍ଲକ ଯୁବ ସଭାପତି ମାଧବ ସୁନାନୀ ,ପୂର୍ବତନ ଜିଲ୍ଲା ସମ୍ପାଦକ ବିଘ୍ନରାଜ ପଣ୍ଡା , କଂଗ୍ରେସ ଜିଲ୍ଲା ଯୁବ ସମ୍ପାଦକ ଗଣେଶ ନାଗ ,କଲମପୁର ବ୍ଲକ ସମ୍ପାଦକ ସୁଶାନ୍ତ ବିହାରୀ ବରିଷ୍ଠନେତା ଜଗନ୍ନାଥ ନାଏକ ଓ ଚତୁର୍ଭୁଜ ପଣ୍ଡା ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି ଏହାର ପ୍ରତିବାଦ କରିବା ସହ ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀରୁ ପଲ୍ଲୀ ଯାଏ ଜନସାଧାରଣଙ୍କ ସମର୍ଥିତରେ ବିଶାଳକାୟ ପ୍ରତିବାଦ ଆଗାମୀ ଦିନରେ କରାଯାଇ, ଭଦ୍ରମୁଖା ଧାରଣ କାରୀ BJP କୁ କଡା ଜବାବ ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ ବଡ଼ ଚେତାବନୀ ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More