କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ

12

Get real time updates directly on you device, subscribe now.

ଭଦ୍ରକ( ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା କଂଗ୍ରେସ କିଷାନ କମିଟି,ସିଆଇଟିୟୁ ଓ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମୋଦି ସରକାରଙ୍କ ଚାଷୀ ମାରଣ ନୀତି ଓ ଶ୍ରମ ବିରୋଧୀ କାର୍ଯ୍ୟ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି l ଭଦ୍ରକ ଜିଲ୍ଲା କିଷାନ କଂଗ୍ରେସ କମିଟିର ସଭାପତି ନରନାରାୟଣ ଯେନାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସମୁଖରେ କେନ୍ଦ୍ରର ବିଜେପି ସରକାର ଶ୍ରମ ବିରୋଧୀ କାର୍ଯ୍ୟ ସହ, ବିକଶିତ ରାଷ୍ଟ୍ରମାନଙ୍କୁ ଖୁସି କରିବା ପାଇଁ ଚାଷୀ ସ୍ୱାର୍ଥ ବିରୋଧୀ କୃଷି ଵିଲ ସଂସଦ ରେ ଵିଲ ପାରିତ କରିଛନ୍ତି ଏହାକୁ ତୀବ୍ର ବିରୋଧ କରିଛି କଂଗ୍ରେସ l ଦେଶରେ ସିଆଇଟିୟୁ, ନବନିର୍ମାଣ କୃଷକ ସଙ୍ଗଠନ ସମେତ ସମସ୍ତ କୃଷକ ସଂଗଠନ ଏହି ଵିଲକୁ ବିରୋଧ କରୁଥିବା ବେଳେ,କଂଗ୍ରେସ ମଧ୍ୟ ସମର୍ଥନ ଦେଇ ଏହାକୁ ବିରୋଧ କରିଛି l ଏହି ବିକ୍ଷୋଭ କିଛି ସମୟ ପାଇଁ ନୂଆ ବସଷ୍ଟାଣ୍ଡ ନିକଟରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା l ତେବେ ଏହି ଵିଲ ସମ୍ପୂର୍ଣ ଅସାମ୍ବିଧାନିକ ହୋଇଥିବାରୁ ଏହାକୁ ତୁରନ୍ତ ପ୍ରତ୍ୟାହାର ଦାବୀରେ ଭଦ୍ରକ ସିଆଇ ଟିୟୁ ପକ୍ଷରୁ ଦିବ୍ୟସିଂହ ନାୟକଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିଦାଦ ଓ ବିକ୍ଷୋଭ ପ୍ରଦର୍ଶନ କରି ଏହି ବିଲକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More