କେନ୍ଦ୍ରାପଡ଼ା ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ ଖବରଦାତା ସମିଳନୀ ଅନୁଷ୍ଠିତ

18

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : ଆମ୍ ଆଦମୀ ପାର୍ଟି କେନ୍ଦ୍ରାପଡା ଜିଲ୍ଲା ସଂଗଠନ ତରଫରୁ ଆଜି ଆମେ ଘୋଷଣା କରୁଛୁକି ଆସନ୍ତା ଅଗଷ୍ଟ ୨୧ ତାରିଖରେ ଭୁବନେଶ୍ୱରଠାରେ ପାର୍ଟିର ରାଜ୍ୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ l ଏହି ସମ୍ମିଳନୀରେ ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, କୃଷି, ପରିବେଶ,ମହିଳା ସଶକ୍ତିକରଣ ଏବଂ ଆଦିବାସୀ ସମାଜର ଉନ୍ନତ୍ତି ପାଇଁ ଠୋସ ରାଜନୈତିକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ l ସଂଗଠନକୁ ସୁଦୃଢ କରିବା ପାଇଁ ଏବଂ ଓଡ଼ିଶାର କୋଣ ଅନୁକୋଣରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କର ବିକଳ୍ପ ରାଜନୀତିର ବାର୍ତ୍ତାକୁ ପହଞ୍ଚେଇବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହେବ l ଓଡ଼ିଶାରେ ବିଗତ ୨୩ ବର୍ଷଧରି ଶାସନରେ ଥିବା ବିଜୁ ଜନତା ଦଳର ଦୁର୍ନୀତି ଏବଂ ଅରାଜକତା ବିରୁଦ୍ଧରେ ଆମ ଆଦମୀ ପାର୍ଟି ରାଜ୍ୟବାସୀଙ୍କର ଏକମାତ୍ର ଆଶା ଓ ଭରସା ଅଟେ l ସମସ୍ତେ ଜାଣିଛନ୍ତି ଯେ ଜନତାର ମୌଳିକ ଆବଶ୍ୟକତା ପୂରଣ କରିବା, ସ୍ୱଚ୍ଛ ଏବଂ ଦୁର୍ନୀତିମୁକ୍ତ ଶାସନ ଦେବା ସହିତ ମଜବୁତ ଅର୍ଥନୀତି ଗଢ଼ିତୋଳିବା ଆମ ଆଦମୀ ପାର୍ଟିର ସ୍ୱତନ୍ତ୍ରତା ଅଟେ l ତେଣୁ ଏହି ସମ୍ମିଳନୀରେ ପାର୍ଟି ଓଡିଶା ପାଇଁ ତାର ରଣନୀତି ପ୍ରସ୍ତୁତ କରିବ l ସମ୍ପ୍ରତି ବନ୍ୟାର ପ୍ରକୋପରେ ଯେଭଳି କେନ୍ଦ୍ରାପଡା ଜିଲ୍ଲାର ପାଖା ପାଖି ୧୦,୦୦୦ ବନ୍ୟା ପ୍ରପୀଡ଼ିତ ବେଘର ହୋଇ ହନ୍ତସନ୍ତ ହେଉଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଲୋକ ପ୍ରସଶାନିକ ସହାୟତା ପାଇବାରୁ ବଞ୍ଚିତ ହୋଇ ଯେଭଳି ଡହଳ ବିକଳ ପରିସ୍ଥିତିରେ ଅଛନ୍ତି ଆମ ଆଦମୀ ପାର୍ଟି ଏହାର କଡା ନିନ୍ଦା କରିବା ସହ ବନ୍ୟା ପ୍ରପୀଡ଼ିତଙ୍କ ପାଖରେ ଯଥାଶୀଘ୍ର ଆନୁସଙ୍ଗିକ ସୁବିଧା ପହଞ୍ଚାଇବା ସହ ସେମାନଙ୍କର ଆସବାଵ ପତ୍ର,ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିବା ନିମନ୍ତେ ଦାବୀ ଜଣାଉଛି ଏବଂ ଯେଉଁ ସ୍ଥାନ ମାନଙ୍କରେ ବନ୍ଧ ଦୁର୍ବଳ ଅଛି ତାର ଶୀଘ୍ର ମରାମତି ସମ୍ପୂର୍ଣ୍ଣ କରି ବନ୍ୟା ଜଳକୁ ରୋକିବାର ବନ୍ଦୋବସ୍ତ କରିବା ପାଇଁ ପ୍ରଶାସନ ନିକଟରେ ନିବେଦନ କରୁଛି। ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସଂଦୀପ୍ତ ଦାସଙ୍କ ଦ୍ୱାରା ଆହୁତ ଉକ୍ତ ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ପରିଡା,ନଗର ସଭାପତି ଅବଦୁଲ କାହିର ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More