କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିନିକିଆ ପର୍ଜଙ୍ଗ ଗସ୍ତ, ଦଳିୟ କାର୍ଯ୍ୟକ୍ରମ ଯୋଗଦାନ ସହ,ଦଳିତଙ୍କ ଘରେ ଖାଇଲେ ମନ୍ତ୍ରୀ
କାମାକ୍ଷାନଗର(ସଂଘର୍ଷ ମିଡିଆ ) : – ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଗ୍ରସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସହିଦ ଓ ବୀର ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବା ସାଙ୍ଗକୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସହ ଜହ୍ନାପଡା ଗ୍ରାମର ଦଳିତ ପରିବାର ଶରତ ନାଏକଙ୍କ ଘରେ ଖାଇଛନ୍ତି ମନ୍ତ୍ରି । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ୧୦ଟା ସମୟରେ ଜହ୍ନ।ପଡା ଗାଁରେ ପହଞ୍ଚିବା ପରେ ପ୍ରଥମେ ସହିଦ ବିର ବେନୁ ସୃତିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ପରେ କନ୍ଦରସିଙ୍ଗା ଗ୍ରାମ ଅଭିମୂଖେ ଯାଇ ଭାରତରତ୍ନ ଡ଼ ବି ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ପରେ ପରେ ମହେଶଚନ୍ଦ୍ର ସୁବାହୁ ସିଂହଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସିଦ୍ଧ ମହାପାଟ ଓ ହନୁମାନ ମନ୍ଦିର ଦର୍ଶନ କରିବା ସହ ପରଜଙ୍ଗ ଦାନୀତୋଟା ଠାରେ ଦଳୀୟ କାର୍ଯ୍ୟକାର୍ତ୍ତାଙ୍କ ବୈଠକରେ ଯୋଗଦେଇଥିଲେ।ଦଳିୟ ସରପଞ୍ଚ,ସମିତିସଭ୍ୟ ମାନଙ୍କୁ ସମ୍ବର୍ଧନା ମଧ୍ୟ ଦେଇଥିଲେ।