କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀ ବାରଙ୍ଗ ବ୍ଲକ 33ନମ୍ବର ଯୋନ କୁରାଙ୍ଗ ଶାସନ ପଂଚାୟତ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସିଦ୍ଧେଶ୍ୱର ନୋଡାଲ ଉପ୍ରା ବିଦ୍ୟାଳୟ ପ୍ରାଙ୍ଗଣରେ ଆଗାମୀ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ବାରଙ୍ଗ ବ୍ଲକ କୁରାଙ୍ଗ ଶାସନ ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ରାଜଦର୍ଶନ ବାରିକଙ୍କ ଆହ୍ୱାନରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଜୁ ଜନତା ଦଳର ପଂଚାୟତ ସଭାପତି ବିଶ୍ୱନାଥ ସାହୁ ସଭାପତିତ୍ୱ କରିଥିଲେ।ଅନ୍ୟମାଙ୍କ ମଧ୍ୟରେ ସମାଜସେବୀ ତଥା କର୍ମୀ କାର୍ତିକ ଚନ୍ଦ୍ର ସାହୁ ପୂର୍ବତନ ସମିତିସଭ୍ୟ କୈଳାସ ଚନ୍ଦ୍ର ସାହୁ,ଜଟିଆ, କାଳିଆ ,ଅରୁଣ କୁମାର ସାହୁ, ଗଣେଶ୍ୱର ବେହେରା, ଅଭିନାଶ,ବିଶ୍ୱଜିତ,ଚିନ୍ମୟ ସାହୁ,ସୂର୍ଯ୍ୟ ନାରାୟଣ ,ସୁକାନ୍ତ,ରାଜା,ବୁଦ୍ଧିଆ ପ୍ରମୁଖ 35 ରୁ 40 ଜଣ କର୍ମୀ ଉପସ୍ଥିତ ଥିଲେ। କଟକ ଜିଲ୍ଲା କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଓ କ୍ୟାମେରାମାନ ରାଜକିଶୋର ଦାସଙ୍କ ରିପୋର୍ଟ ।
Get real time updates directly on you device, subscribe now.