କଳିକେଶ ସିଂଦେଓଙ୍କୁ ସୁବର୍ଣ୍ଣପୁର ଜ଼ିଲ୍ଲାରେ ସ୍ୱାଗତ ସମ୍ବର୍ଦ୍ଧନା

24

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ପୂର୍ବତନ ସାଂସଦ,ବିଜୁ ଜନତା ଦଳର ବରିଷ୍ଠ ରାଜ୍ୟ ସାଧାରଣ ସମ୍ପାଦକ ତଥା ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓଙ୍କୁ ସୁବର୍ଣ୍ଣପୁର ଜ଼ିଲ୍ଲାର ବ୍ଲକ ଛକ, ବୁଢାରଜା ଛକ, ମହାନଦୀ ହିକୁଡି ଛକ, ବିଶିପଡା ଓ ଉଲୁଣ୍ଡା ବ୍ଲକର ବିଭିନ୍ନ ଜାଗାରେ ଦଳୀୟ ନେତା ଓ ବିଭିନ୍ନ ସଂଗଠନ ଦ୍ୱାରା ଉଚ୍ଚ କୋଟିର ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଅଶୋକ ନାଏକ, ଗୁପ୍ତ ମିଶ୍ର, ମନୋରଞ୍ଜନ ତ୍ରିପାଠୀ, ଲଡ଼ୁ କିଶୋର ମଲ୍ଲିକ, ଅରବିନ୍ଦ ବାରିକ, ଦିଲ୍ଲୀପ ପାତ୍ର, ଅକ୍ଷୟ ମେହେର, ସନ୍ତୋଷ ମିଶ୍ର, ମହାଦେବ ମଲ୍ଲିକ, ପ୍ରମୁଖ ବିଜେଡି ର ବହୁ ନେତୃ ସ୍ଥାନୀୟ ଓ ଶୁଭେଛୁ ସୋନପୁର ଠାରେ ସ୍ୱାଗତ କରିଥିବା ବେଳେ ହିକୁଡି ଛକ, ଜାଲୋଏ , ଉଲୁଣ୍ଡା, ମେଟାକାନି ଠାରେ ଝସ କେତନ ବଘାର, ରାଜୁ ବିଶି, କୃତ୍ତିବାସ ମିଶ୍ର ନେତୃତ୍ୱ ନେଇଥିଲେ l ବିନିକା ଓ ଚରଦା ଠାରେ ଧରମ ପଣ୍ଡା, ଦୀନ ମେହେର, ଓ ଧୂବଳେଶ୍ୱର ବାବୁଙ୍କ ନେତୃତ୍ୱ ରେ ସମସ୍ତ ଜାଗା ମାନଙ୍କ ରେ ଶତାଧିକ ନେତା, କର୍ମୀ, ଓ ଶୁଭେଛୁ ଙ୍କ ଭିଡ଼ ଲାଗିଥିଲା l ଯାହାକି ସୁବର୍ଣ୍ଣପୁର ଜ଼ିଲ୍ଲା ରେ ପ୍ରାକ୍ତନ ସାଂସଦ ତଥା ରାଜପୁତ୍ର କଳିକେଶ ନାରାୟଣ ସିଂହ ଦେଓ ଙ୍କ ଲୋକ ପ୍ରିୟତା ଓ ତାଙ୍କ ପ୍ରତି ଭଲ ପାଇବା ଆହୁରି ବୃଦ୍ଧି ପାଇଥିବା ଏବେ ପରିଲକ୍ଷିତ ହୋଇଛି l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More