କରୋନା ଆତଙ୍କ : ଇଟାଲୀରେ ବିନା କାରଣରେ ଘରୁ ବାହାରିଲେ ୨୫ ହଜାର ଜୋରିମାନା

23

Get real time updates directly on you device, subscribe now.

ନୂଆଦିଲ୍ଲୀ: ( ଏଜେନ୍ସି ) : ବିଶ୍ୱରେ ମହାମାରୀ ଘୋଷିତ ହୋଇଥିବା କୋଭିଡ-୧୯ର ଆକ୍ରାନ୍ତ ସଂଖ୍ୟା ସାରା ବିଶ୍ୱରେ ବୃଦ୍ଧି ପାଉଛି। କରୋନାରେ ଆକ୍ରାନ୍ତ ହୋଇ ଇଟାଲୀରେ ୨୫୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ପରିସ୍ଥିତିରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଇଟାଲୀ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଇଟାଲୀରେ ବିନା କାରଣରେ ଘରୁ ବାହାରିଲେ ୩୦୦ ୟୁରୋ ଅର୍ଥାତ୍ ଭାରତୀୟ ମୁଦ୍ରା ହିସାବରେ ପ୍ରାୟ ୨୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ। ଇଟାଲୀର ଓଲାଙ୍ଗରେ ରହୁଥିବା ଜଣେ ଭାରତୀୟ ନାଗରିକ ଏକ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More