କଟକ(ସଂଘର୍ଷ ମିଡିଆ ) : -କଟକ ସିଏମସି ଅଧୀନରେ କଟକସଦର ର ଛଅ ଟି ୱାର୍ଡ ରେ ସିଏମସି ବୈମାତୃକ ମନୋଭାବ ଯୋଗୁ ଡ୍ରେନେଜେ ଶିଷ୍ଟମ ର ଅବ୍ୟବସ୍ଥା ସଙ୍ଗେ ଷ୍ଟ୍ରିଟି ଲାଇଟି ର ଵ୍ୟଵସ୍ଥା ନଥିବା ହେତୁ ଛଅ ଟି ୱାର୍ଡ ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମୁଖିନ ହେଉଛନ୍ତି। ସିଏମସି କୁ ଅଭିଯୋଗ କଲେବି ସିଏମସି ର କୁମ୍ବକର୍ଣ ନିଦ ଭାଙ୍ଗୁନାହିଁ।ଆପଣ ମାନେ ଏ ଯେଉଁ ଦୃଶ୍ୟ ଦେଖୁଛନ୍ତି ଏ କୌଣସି ଅପହଞ୍ଚ ଇଲାକାର ନୁହେଁ ଏ ଦୃଶ୍ୟ ହେଉଛି କଟକ ସିଏମସି ଅଧିନ ୫୭ ନମ୍ୱର ୱାର୍ଡ କଟକ ଭୁବେନେଶ୍ୱର ଜାତୀୟ ରାଜପଥ ସଲଗ୍ନ ବାଲିକୁଦାର ପାଇକସାହି ର ଦୃଶ୍ୟ ଡ୍ରେନେଜେ ସୁବିଧା ନ ଥିବା ହେତୁ କି ଭଳି ଭାବରେ ଡ୍ରେନେ ପାଣି ରାସ୍ତା ଉପରେ ଉବୁଟୁବୁ ହେବା ସହିତ ଘର ଭିତରକୁ ବର୍ଷା ହେଲେ ପଶୁଛି ଅନ୍ୟପଟେ ବିଶୁଦ୍ଧ ପାନୀୟ ଜଳଯୋଗାଣ ର ଵ୍ୟଵସ୍ଥା ନ ଥିବା ହେତୁ ଜନ ସାଧାରଣ କୂଅ ଓ ଟିୟୁବଲ ଉପରେ ନିର୍ଭର ଶୀଳ ଏ ଦୃଶ୍ୟ ଦେଖି ଆପଣ ମାନେ ବିଚାର କରନ୍ତୁ କୂଅ ଟିୟୁବଲ ପାଖର ପରିବେଶ ଯେଉଁଭଳି ସେଥିରୁ ବିଶୁଦ୍ଧ ପାନୀୟ ଜଳ ଆସିବ କେଉଁଠୁ ଜୀବନ ବଞ୍ଚାଇବା ପାଇଁ ଏ ଭଳି ପାଣି ପିଇବାକୁ ବାଧ୍ୟ ଏଠିକାର ବାସିନ୍ଦା ଷ୍ଟ୍ରିଟି ଲାଇଟି କଥା ନ କହିବା ଭଲ।ପ୍ରଶାସନ ର ନାକ ତଳେ ଏ ଭଳି ଅବ୍ୟବସ୍ଥା କୁ ଜନ ସାଧାରଣ କେତେ ଦିନ ମୁଣ୍ଡପାତି ସହିବେ ଜନ ସାଧାରଣ ଙ୍କୁ ମୌଳିକ ସୁବିଧା ଦେବାରେ ସିଏମସି ପ୍ରଶାସନ ପୁରାପୁରି ବିଫଳ ଏ ଅଞ୍ଚଳ ର ଜନ ସାଧାରଣଙ୍କ ହକ୍ ପାଇଁ ବିଜେପି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଏ ସବୁ ଅଞ୍ଚଳ ଗସ୍ତ କରି କଟକସଦର ବିଜେପି ନେତା ଦିଲିପି ମଲ୍ଲିକ ପ୍ରଶାସନ କୁ ଚେତାବନୀ ଦେଇଛନ୍ତି। କଟକ ଜିଲ୍ଲାରୁ ନାରାୟଣ ଭୂୟାଁଙ୍କ ରିପୋର୍ଟ ।