କଟକ ନଗର କଂଗ୍ରେସ ତରଫରୁ ବିଭିନ୍ନ ଦାବୀନେଇ ବିକ୍ଷୋଭ ପ୍ରଦର୍ଶନ

19

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : କଟକ ନଗର କଂଗ୍ରେସ କମିଟି ପକ୍ଷରୁ ପ୍ରତ୍ୟକ ଖାଉଟି ଦ୍ରବ୍ୟର ଆକାଶ ଛୁଆଁ ଦରବୃଦ୍ଧି ପ୍ରତିବାଦ ରେ ବୁଧବାର କଟକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ପନିପରିବା ବେକରେ ପକାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ମହାମାରୀ କରୋନାର ଆକ୍ରମଣ ଦିନ ଠାରୁ ଆଜି ପର୍ଯ୍ୟନ୍ତ ସାଧାରଣ ଲୋକ ମାନେ ସେମାନଙ୍କ ରୋଜଗାର ହରାଇ ବସିଥିବା ବେଳେ ନିତ୍ୟବ୍ୟବହାର ସାମଗ୍ରୀ ସହ ପିଆଜ, ଆଳୁ ,ଡାଲି ,ତେଲ,ଭଳି ଜିନିଷର ବାରମ୍ବାର ମୂଲ୍ୟ ବୃଦ୍ଧି ଘଟୁଛି । ଏହାକୁ ରୋକିବାରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛି ଦଳ। ରାଜ୍ୟ ସରକାର କେବଳ ନିର୍ବାଚନ ସମୟରେ ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଓଡିଶା ଲୋକଙ୍କ ଭୁଆଁ ବୁଲାଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଆହୁରି ମଧ୍ୟ ଚାଷୀ ମାନଙ୍କ କ୍ଷେତ୍ରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀ ମାରଣାନୀତିକୁ ଆପଣେଇଛନ୍ତି। ଯଥାଶୀଘ୍ର ନିତ୍ୟ ଵ୍ୟଵହାର୍ଯ୍ୟ ଜିନିଷର ଦର ବୃଦ୍ଧିକୁ ରୋକାଯାଉ ନଚେତ୍ ଆସନ୍ତା ଦିନରେ କଟକ ନଗର କଂଗ୍ରେସ ପକ୍ଷରୁ ଜନ ଆନ୍ଦୋଳନ ଡାକରା ଦିଆଯିବ ବୋଲି କଟକ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା କହିଛନ୍ତି। କଟକରୁ ସୁରେଶ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More