ଭୁବନେଶ୍ୱର ( ସଂଘର୍ଷ ମିଡିଆ ) : ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁୁ ଗୋପବନ୍ଧୁ ଛକ ଠାରୁ ରାଜଭବନ ପର୍ଯ୍ୟନ୍ତ କଂଗ୍ରେସ ନେତୃମଣ୍ଡଳୀମାନେ ପଦଯାତ୍ରା କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଦ୍ୱାରା ଅଧିକୃତ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଚଳିତ ସଂସଦରେ ତିନିଗୋଟି କୃଷକ ମାରଣ ବିଧେୟକ ପାରିତ ପ୍ରତିବାଦରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ବିଧାୟକ ତାରାବାହିନୀ ପତିଙ୍କ ନେତୃତ୍ୱରେ ଏକ ୫ଜଣିଆ ପ୍ରତିନିଧି ମଣ୍ଡଳୀରାଜ୍ୟପାଳଙ୍କ ପ୍ରତିନିଧିଙ୍କୁ ପ୍ରଦାନ କରିଥିଲେ।