କେନ୍ଦ୍ରାପଡା (ସଂଘର୍ଷ ମିଡିଆ ) : ପୌରନିର୍ବାଚନ ପାଇଁ ଆଗୁଆ ସଜବାଜ ହେବା ଆରମ୍ଭ କରିଛି କେନ୍ଦ୍ରାପଡା ନଗର କଂଗ୍ରେସ । ସରକାରୀ ଦଳ ବିରୋଧରେ ବିଭିନ୍ନ ସମୟରେ କେନ୍ଦ୍ରାପଡା ସହରରେ ବିଭିନ୍ନ ଆନ୍ଦୋଳନ ଚଳାଇ ଆସୁଥିବା କଂଗ୍ରେସ ଆଜି ପୁଣି ଆଉ ଏକ କାର୍ଯ୍ୟକ୍ରମ ନେଇ ସହରବାସୀଙ୍କ ନିକଟରେ ପହଞ୍ଚିବାକୁ ଯୋଜନା କରିଛି । ଆସନ୍ତା କାଲିଠାରୁ କଂଗ୍ରେସ ଏହି ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରିବାକୁ ଯାଉଛି । ୧ ନମ୍ବ ଓ ୨ ନମ୍ବର ଓ୍ବାର୍ଡରୁ ଏହା ଆରମ୍ଭ ହେବ । ଏହି ଜନସମ୍ପର୍କ ଯାତ୍ରା ୨୦୨୧ ରେ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇ ସେଗୁଡିକୁ ସମାଧାନ କରିବାକୁ କଂଗ୍ରେସ ଜିଲା ପ୍ରଶାସନ ଉପରେ ଚାପ ସୃଷ୍ଟି କରିବା ସହିତ ଆବଶ୍ୟକ ହେଲେ ଲୋକମାନଙ୍କୁ ନେଇ ପ୍ରଶାସନ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ । ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା ପିସିସି ମିଡିଆସେଲର ଅଧ୍ୟକ୍ଷ ହୋଇଥିବା ଓ ଜିଲ୍ଲାର ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ଧରଣୀଧର ସୁଆର ପିସିସି ଲିଗାଲ ସେଲର ଉପସଭାପତି ନିଯୁକ୍ତ ହୋଇଥିବାରୁ ଉଭୟଙ୍କୁ ଆଜି କେନ୍ଦ୍ରାପଡା ନଗର କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।