ଭଦ୍ରକ ( ସଂଘର୍ଷ ମିଡିଆ ) : ବିଜେଡି ବିଜେପି ମିଶି ଭାଗରେ ସରକାର ରାଜ୍ୟରେ ଚାଲିଛି। ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଏହିପରି ଆରୋପ କରିଛନ୍ତି କଂଗ୍ରେସ ଦଳର ଓଡିଶା ପ୍ରଭାରୀ ଚେଲ୍ଲା କୁମାର। ଖବର ଅନୁଯାୟୀ ଓଡିଶା ପ୍ରଭାରୀ ଚେଲ୍ଲା କୁମାରଙ୍କ ଗସ୍ତକୁ ନେଇ ଏବେ ରାଜ୍ୟ କଂଗ୍ରେସ ବେଶ ଚଳଚଞ୍ଚଳ। ଆଜି ସେ ବାଲେଶ୍ଵର ଠାରେ ଏକ ଚାଷି ସମାବେଶକୁ ଯିବା ବାଟରେ, ତାଙ୍କୁ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ସେ ଭଦ୍ରକ ଠାରେ ଗଣମାଧ୍ୟମର ଉତ୍ତର ଦେବାକୁ ଯାଇ କହିଛନ୍ତି ଯେ କେନ୍ଦ୍ର ସରକାର କୃଷି ମାରଣ ନୀତି ଅବଲମ୍ବନ କରୁଛନ୍ତି ଏବଂ ତାକୁ ରାଜ୍ୟର ବିଜେଡି ସରକାର ସମର୍ଥନ କରୁଛି। ଯାହାର ନଜିର ଦେଖିବାକୁ ମିଳିଛି ଉଭୟ ପାର୍ଲାମେଣ୍ଟ ଓ ରାଜ୍ଯ ବିଧାନସଭାରେ। ଏହି ନୂତନ କୃଷି ନୀତିରେ, କୃଷି ଜାତ ଦ୍ରବ୍ୟର ସର୍ବନିମ୍ନ ଧାର୍ଯ୍ଯ ମୂଲ୍ୟକୁ ବାଦ ଦେଇ କୃଷି କ୍ଷେତ୍ରରେ ଘରୋଇ କରଣ ଯୋଜନା ପ୍ରଣୟନ କରିବାରୁ ସ୍ପଷ୍ଟ ହେଉଛି ଯେ, ସରକାର କୃଷି ମାରଣ ନୀତି ଅବଲମ୍ବନ ବୋଲି ଆରୋପ କରିଛନ୍ତି କଂଗ୍ରେସର ଓଡିଶା ପ୍ରଭାରୀ ଚେଲ୍ଲା କୁମାର। ଏଥିସହ ବର୍ତ୍ତମାନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ପରିବର୍ତ୍ତନ ନେଇ କୌଣସି କାରଣ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।