ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବୁ : ଶାହା

14

Get real time updates directly on you device, subscribe now.

ଭୁବନେଶ୍ଵର 9 ସଂଘର୍ଷ ମିଡିଆ ) : ଓଡ଼ିଶାବାସୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବେଶ୍ ଭଲ ପାଆନ୍ତି । କେନ୍ଦ୍ରରେ ଦ୍ବିତୀୟ ପାଳିରେ ନରେନ୍ଦ୍ର ମୋଦୀଙ୍କ ଯେଉଁ ସରକାର ଗଠନ ହୋଇଛି ସେଥିରେ ଓଡ଼ିଶାର ଯୋଗଦାନ ଢ଼େର ରହିଛି । ଓଡ଼ିଶାବାସୀ ୮ଟି ଲୋକସଭା ଆସନ ଓ ୩୮.୪%ରୁ ଅଧିକ ଭୋଟ ଦେଇ ମୋଦୀଙ୍କୁ ନିଜର ସମର୍ଥନ ଜଣାଇଛନ୍ତି ବୋଲି ଉଲ୍ଲେଖ କରି ଓଡ଼ିଶାକୁ ବିଜେପି ଗଡ଼ରେ ପରିଣତ କରିବାକୁ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି । ଅନୁରୂପ ଭାବରେ ମୋଦୀଙ୍କ ଉପରେ ଓଡ଼ିଶାବାସୀଙ୍କ ଆର୍ଶୀବାଦ ରହିଛି ଓ ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ଆମର ପ୍ରତିଶୃତି ରହିଛି । ଏହି ପ୍ରତିଶୃତିକୁ ପୂରଣ କରିବାକୁ କେନ୍ଦ୍ର ସରକାର କାର୍ଯ୍ୟ କରିୁଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି ।  ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିବା ଓଡ଼ିଶା ମାଟିକୁ ପ୍ରଣାମ କରି ଶ୍ରୀ ଶାହା ନିଜର ବକ୍ତବ୍ୟ ଆରମ୍ଭ କରିଥିବାବେଳେ ଜୟ ଜଗନ୍ନାଥ କହି ନିଜର ବକ୍ତବ୍ୟ ଶେଷ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More