ଆଳିରେ ବିଜେଡି କରିଛି ବିଜେଡିକୁ ଆକ୍ରମଣ

48

Get real time updates directly on you device, subscribe now.

ଆଳି (ସଂଘର୍ଷ ମିଡିଆ ) : ଆଳି ବ୍ଲକ ଅନ୍ତର୍ଗତ ଦେମାଳ ପଞ୍ଚାୟତ ମୂଳସାହି ଗ୍ରାମରେ ବିଜେଡିର ଦୁଇ ଗୋଷ୍ଟି ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ କାରଣରୁ ଦୁଇ ଜଣ ଆହତ ହୋଇ ଆଳି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭୁବନେଶ୍ୱର ସମ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ଏ ବିଷୟରେ ଆଳି ଥାନାରେ ଦୁଇଟି ପୃଥକ ପୃଥକ ଏତଲା ଦିଆଯାଇଥିଲେ ମଧ୍ୟ ଆଳି ପୋଲିସ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଆଗକୁ ବଢିପାରୁନାହିଁ। ପ୍ରଥମେ ଧିରେନ ସେନାପତିଙ୍କୁ କେତେକ ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଗ୍ରାମବାସୀ ମାନେ ଉଦ୍ଧାର କରି ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ସମ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପ୍ରଥମ ଆକ୍ରମଣର ଗୋଟିଏ ଦିନ ନପୂରୁଣୁ ତାଙ୍କର ଆଉ ଜଣେଭାଇ ଶ୍ରୀଧର ସେନାପତିଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରିଥିବାର ନଜରକୁ ଆସିଛି। ଆକ୍ରମଣ କାରୀମାନେ ଅତି ଅମାନୁଷିକ ଭାବେ ଆକ୍ରମଣ କରିଥିଲେ ଯାହା ଫଳରେ ତାଙ୍କର ଡାହାଣ ଗୋଡ଼ ଭାଙ୍ଗିଯାଇଛି ବୋଲି ତାଙ୍କ ବାପା ମହେଶ୍ୱର ସେନାପତି ସାମ୍ୱାଦିକ ସମ୍ମିଳନୀକରି ଅଭିଯୋଗ କରିଛନ୍ତି ଏବଂ ଆଳି ଥାନାରେ ଏତଲା ଦେବାସହ ତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ସୁବ୍ରତ ସେନାପତି, ଜ୍ଞାନ ରଞ୍ଜନ ପରିଡା, ବିକ୍ରମ ସେନାପତି, ନକୁଳ ସେନାପତି, ରଞ୍ଜନ ସେନାପତି, ବିକାଶ ବେହେରା, ନିର୍ମଳ ବେହେରା ଓ ବସନ୍ତ ପ୍ରମୁଖ ତାଙ୍କ ପୁଅକୁ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି। ଶ୍ରୀଧର ସେନାପତିଙ୍କ ଧର୍ମପତ୍ନୀ ଆକ୍ରମଣ କାରୀଙ୍କୁ ତୁରନ୍ତ ଗିରଫ କରି ସେମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଆହୁରି କହିଛନ୍ତି ଯେ ଆମ ପରିବାର ପ୍ରତି ବିପଦ ଅଛି ଏଭଳି ଅମାନୁଷିକ କାର୍ଯ୍ୟ ଘଟାଇଥିବା ବ୍ୟକ୍ତିମାନଙ୍କ ଠାରୁ ଆମ ପରିବାରକୁ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି। ଆମ ପ୍ରତିନିଧି ସାଂସଦ ପ୍ରତିନିଧିଙ୍କ ପ୍ରତିକ୍ରିୟା ନେଇଥିଲେ କିନ୍ତୁ ସାଂସଦଙ୍କ ପ୍ରତିନିଧି ନିର୍ମଳ ବେହେରା ସିଧା ସଳଖ କହିଥିଲେ ମୋତେ ବଦନାମ୍ କରିବାପାଇଁ ଏସବୁ ପ୍ରହସନ ବୋଲି କହିଥିଲେ। ଏବେ ଆଳି ଅଞ୍ଚଳର ଜନସାଧାରଣ ଦେଖିବାକୁ ବାକି ରହିଲା ଆଳି ପୋଲିସ କି ପ୍ରକାର ତଦନ୍ତକରି ପ୍ରକୃତ ଅଭିଯୁକ୍ତଙ୍କୁ ଲୋକଲୋଚନକୁ ଆଣିବାରେ ସଫଳ ହେଉଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More