ଆମ ଆଦମୀ ପାର୍ଟିର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

18

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : ନବରଙ୍ଗପୁର ଜିଲ୍ଲାରେ ଆଜି ସ୍ଥାନୀୟ ସୌରା ସାହି ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆମ ଆଦମୀ ପାର୍ଟିର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆମ ଆଦମୀ ପାର୍ଟିର ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ପ୍ରଥମେ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କୁ ସର୍କିଟ ହାଉସ ଠାରୁ ସୌରା ସାହି ସ୍ଥିତ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ କର୍ମୀ ମାନେ ପାଛୋଟି ନେଇ ଥିଲେ । ସୌରା ସାହି ସ୍ଥିତ କଲ୍ୟାଣ ମଣ୍ଡପରେ ଠାରେ ଆମ ଆଦମୀ ପାର୍ଟିର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଯେଉଁ ଠାରେ ଜିଲ୍ଲାର କୋଣ ଅନୁ କୋଣରୁ ଶହ ଶହ କର୍ମୀ ମାନେ ଆସି ଅଂଶ ଗ୍ରହଣ କରିଥିଲେ । ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଉନ୍ନତ ଶିକ୍ଷା,ଉନ୍ନତ ସ୍ୱାସ୍ଥ୍ୟ, ମାଗଣା ବିଜୁଳି,200 ୟୁନିଟ ପର୍ଯ୍ୟନ୍ତ, ଓଡିଶା ରେ ନିଜସ୍ୱ ବିଜୁଳି ଉତ୍ପାଦନ ଥିବା ସତ୍ୱେ ଅନ୍ୟ ରାଜ୍ୟକୁ ବିକ୍ରୟ କରି ନିଜ ରାଜ୍ୟରେ ବାରମ୍ବାର ବିଜୁଳି କାଟ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ରାଜ୍ୟରେ ମହିଳା ମାନେ ଅସୁରକ୍ଷିତ ଅଛନ୍ତି ଏହାର ପ୍ରତିକାର କରିବା ସହିତ ବେକାରୀ ନିଯୁକ୍ତି କରିବା ସକାଶେ ଆମ ଆଦମୀ ପାର୍ଟି ହିଁ ଏକ ମାତ୍ର ବିକଳ୍ପ, ତେଣୁ ସମସ୍ତେ ବହୁ ମାତ୍ରାରେ ଆମ ଆଦମୀ ପାର୍ଟିରେ ଯୋଗ ଦେବା ନିମନ୍ତେ ଆହ୍ୱାନ କରିଛନ୍ତି । ଆପଣ ମାନଙ୍କ ସାହାଯ୍ୟ ସହାୟତା ଦ୍ୱାରା ଆଗାମୀ ନିର୍ବାଚନରେ ଆମ ଆଦମୀ ପାର୍ଟି ନିଜେ ସରକାର ଗଠନ କରିବେ ବୋଲି କହି ସେ କହି ଛନ୍ତି । ଏହି ସଭାରେ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଆମ ଆଦମୀ ପାର୍ଟିରେ ସାମିଲ ହୋଇଛନ୍ତି l ଏହି ସଭାରେ ଅନ୍ୟ ମାନଙ୍କ ସହ ଶ୍ରୀ କୁର୍ତ୍ତିବାସ ମୁଣ୍ଡ,ସୁଶାନ୍ତ କୁମାର, ଟୁକୁନା ଖରା, ମତିଲାଲ ହଂସ ଲାଇବାନ ଟାକରି ସୁଦର୍ଶନ ପେଣ୍ଠିଆ ମଞ୍ଚଧୀନ ରହି ଆମ ଆଦମୀ ପାର୍ଟିକୁ କିପରି ଆଗାମୀ ଦିନ ମାନଙ୍କରେ ସୁଦୃଢ କିପରି କରିବେ ଏ ବିଷୟରେ ଆଲୋଚନା କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More