ଆମ୍ ଆଦମୀ ପାର୍ଟିର ଜଗତସିଂହପୁର ଜିଲା କାର୍ଯ୍ୟକର୍ତ୍ତା ସମିଳନୀ ଅନୁଷ୍ଠିତ

11

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଆମ ଆଦମୀ ପାର୍ଟି ଜଗତସିଂହପୁର ଜିଲ୍ଲା ତରଫରୁ ଜିଲ୍ଲା ମୁଖ୍ୟା କାର୍ଯ୍ୟାଳୟରେ କାର୍ଯ୍ୟ କର୍ତା ସମିଳନୀ ଅନୁଷ୍ଠିତ ହୋଇଯାଇଛି। ଆମ୍ ଆଦମୀ ପାର୍ଟି ଜଗତସିଂହପୁର ଜିଲ୍ଲା ସଭାପତି ସୁଶ୍ରୀ ଅନୁପମା ସେଠୀଙ୍କ ସଭାପତିତ୍ବରେ ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ବିଜୁଳି ଆନ୍ଦୋଳନ ଦସ୍ତଖତ ଅଭିଯାନ ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆମ୍ ଆଦମୀ ପାର୍ଟି ଓଡିଶା ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଙ୍କ ସହ ଆମ୍ ଆଦମୀ ପାର୍ଟି ଖୋର୍ଦ୍ଧା ଜିଲ୍ଲା ସଭାପତି ଶୁଭାଶିଷ ସ୍ବାଇଁ, ପୁରୀ ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି ଉପସ୍ଥିତ ହୋଇ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବା ସଙ୍ଗେ ସଙ୍ଗେ ଜିଲ୍ଲାରେ ଜାରିଥିବା ବିଜୁଳି ଆନ୍ଦୋଳନର ସମୀକ୍ଷା କରିଥିଲେ। ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକ ଦାୟିତ୍ୱରେ ଥିବା ଶ୍ରୀ ରବୀନ୍ଦ୍ର ସେଠୀ,, ମନୋରଞ୍ଜନ ମହାପାତ୍ର, ଦିବାକର ସ୍ବାଇଁ, ବିଶ୍ୱଜିତ୍ ମଲ୍ଲ, ଅଶ୍ରିବାଦ ସାହୁ ଏବଂ ଇନସାର ଉପସ୍ଥିତ ରହି ଏହି ବୈଠକ କୁ ସଫଳ କରିଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More