ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ନେଇ ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମୁଖରେ ବିଜେପିର ଗଣଧାରଣା

37

Get real time updates directly on you device, subscribe now.

ପଟ୍ଟାମୁଣ୍ଡାଇ(ସଂଘର୍ଷ ମିଡିଆ ) : ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରଛି ପଟ୍ଟାମୁଣ୍ଡାଇ ବିଜେପି ଆଜି ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ଶାନ୍ତି ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଦେବାସହ ପଟ୍ଟାମୁଣ୍ଡାଇ ବିଡ଼ିଓ ଭରତ ଚନ୍ଦ୍ର ପରିଡାଙ୍କୁ ଦାବିପତ୍ର ପ୍ରଦାନ କରିଛି ଶତାଧିକ ବିଜେପି ନେତା ଓ କର୍ମୀମାନେ | ରାଜନଗର ପୂର୍ବତନ ବିଧାୟକ ଅଲେଖ କୁମାର ଜେନାଙ୍କ ନେତୃତ୍ବରେ ପଟ୍ଟାମୁଣ୍ଡାଇରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ବିରୋଧରେ ମୁହଁ ଖୋଲିଛନ୍ତି। କହିଛନ୍ତି ପ୍ରଧାନମନ୍ତ୍ରୀ ଆଭାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ନଦେଇ ଥିଲାବାଲା ତଥା ବିଜେଡି ନେତା ଓ କର୍ମୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଦିଆଯାଇଛି। ପ୍ରକୃତ ହୋଇଥିବା ମହା ଦୃନିତୀକୁ ଲୋକଲୋଚନକୁ ଆଣିବା ପାଇଁ ସି ବି ଆଇ ତଦନ୍ତ ଆବଶ୍ୟକତା ରହିଛି ବୋଲି କହିଛନ୍ତି ପଟ୍ଟାମୁଣ୍ଡାଇର ଟାଣୁଆ ବିଜେପି ନେତା ବିଶ୍ବରଂଜନ ପାତ୍ର ଆହୁରି କହିଛନ୍ତି କିଛି ବିଜେଡି ନେତାଙ୍କ ହସ୍ତକ୍ଷେପରେ ପ୍ରଧାନମନ୍ତ୍ରୀ ଆଭାସ ଯୋଜନା ଧନିଲୋକ ଓ ବିଜେଡି କର୍ମୀମାନଙ୍କୁ ଦିଆଯାଇଛି। (ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More