ଆଜି ବିଜେପିର ଗଣ ଧାରଣାକୁ ୪ଦିନ ,ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେବି ହୋଇନି ସମାଧାନ

22

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) :- ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଳକ ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ନେଉଳିଆଠାରେ ହୋଇଥିବା ଟୋଲ ପ୍ଲାଜ଼ା ଗେଟ ଗୁରୁବାରଠାରୁ କାର୍ଯ୍ୟକ୍ଷମ ହୋଇ ଥିଲେବି ସୁଦ୍ଧା ନିଯୁକ୍ତିରେ ଅନିୟମିତତା ଓ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦାବି ନେଇ ବିବାଦ ଦେଖାଦେଇଛି l ଭାରତୀୟ ଜନତା ପାର୍ଟି ପକ୍ଷରୁ ଗତ ଚାରିଦିନ ଧରି ଧାରଣା ଜାରି ରହିଛି l ଜିଲ୍ଲାପ୍ରଶାସନ ପକ୍ଷରୁ ହସ୍ତକ୍ଷେପ କରାଯାଇ ଭଣ୍ଡାରିପୋଖରୀ ବ୍ଲକ ପରିସରରେ ଉପ ଜିଲ୍ଲାପାଳ,ଉପଖଣ୍ଡ ଅଧିକାରୀ, ଠିକା ସଂସ୍ଥା ”ସ୍କାଇ ଲାର୍କ” ଇଂଫ୍ରା ଇଞ୍ଜିନିଅରିଂର ମ୍ୟାନେଜର,ଏସଆଇ, ବିଡ଼ିଓ ଦେବଦତ୍ତ ଦାସ ଓ ବିଜେପି ନେତା ବଦ୍ରିନାରାୟଣ ଧଳଙ୍କ ସମେତ ସ୍ଥାନୀୟ ଲୋକେ ଏବଂ ବିଜେପି କର୍ମୀଙ୍କ ଉପସ୍ଥିତିରେ ଏକ ବୈଠକରେ ଆଲୋଚନା କରାଯାଇଥିଲା l କିନ୍ତୁ ଠିକା ସଂସ୍ଥାର ନିଯୁକ୍ତି ଅନିୟମିତତାର ତଦନ୍ତ କରାଯାଇ ସଠିକ ଭାବରେ ନିଯୁକ୍ତି ଦେବାକୁ ଆଲୋଚନାରେ ଦାବି କରାଯାଇଥିଲା l ଏ ନେଇ ଆସନ୍ତାକାଲି ଏହାର ସମାଧାନ କରାଯିବାକୁ ନେଇ ଉପ ଜିଲ୍ଲାପାଳ ମତାମତ ଦେଇଥିଲେ l ବିଜେପି ପକ୍ଷରୁ ଅସନ୍ତୁଷ୍ଟ ବ୍ୟାକ୍ତ ହୋଇ ଧାରଣା ସ୍ଥଳକୁ ଜାରି ରଖିଥିଲେ l ଆସନ୍ତା କାଲି ଯଦି ଏହାର ସମାଧାନ କରା ନଯାଏ ଆନ୍ଦୋଳନକୁ ଜୋରଦାର କରାଯିବାନେଇ କହିଥିଲେ l ଭଣ୍ଡାରିପୋଖରୀରୁ ରାଜକିଶୋର ଜେନା ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More