ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଆଜି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ କଂଗ୍ରେସ କମିଟି ତରଫରୁ ଅହେତୁକ ତୈଳ ଦର ବ୍ରୁଦ୍ଧି କୁ ବିରୋଧ କରି ଏକ ଅଭିନବ ପ୍ରତିବାଦ କରାଯାଇଛି। ପେଟ୍ରୋଲ ଦର ୧୦୩ ଟଙ୍କା ଥିବାବେଳେ ବ୍ଲକ କଂଗ୍ରେସ କମିଟି ତରଫରୁ ସାଧାରଣ ଲୋକମାନଙ୍କୁ ପେଟ୍ରୋଲ ମାତ୍ର ୮୦ ଟଙ୍କା ରେ ବିକ୍ରି କରାଯିବା ସହ କଂଗ୍ରେସ କର୍ମୀ ମାନେ ରାଜ୍ୟ ଓ କେନ୍ଦ୍ର ସରକାର ବିରୁଦ୍ଧରେ ନାରାବାଜି କରିଥିଲେ।କଂଗ୍ରେସ ର ଏପରି ଏକ ଅଭିନବ ପ୍ରତିବାଦ ସାଧାରଣରେ ଚର୍ଚ୍ଚା ସୃଷ୍ଟି କରିଥିଲା। ସାଧାରଣ ଲୋକ ମାନେ ମଧ୍ଯ ପେଟ୍ରୋଲ ୮୦ ଟଙ୍କା ରେ ପେଟ୍ରୋଲ କିଣି ସରକାରଙ୍କର ଏପରି ଅହେତୁକ ତୈଳ ଦର ବୃଦ୍ଧିକୁ ନେଇ ତାଙ୍କ ମନରେ ଥିବା ବିଷୋଦଗାର କୁ ପ୍ରକାଶ କରିବା ସହ ଦସ୍ତଖତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଅକ୍ଷୟ ଦାସ, ବ୍ଲକ କଂଗ୍ରେସ ସଭାପତି ନିହାର ରଞ୍ଜନ ନାୟକ, ବ୍ଲକ କଂଗ୍ରେସ ଭପ-ସଭାପତି ଅଶ୍ବୀନି ସ୍ବାଇଁ, ଯୁବ କଂଗ୍ରେସ ସଭାପତି ବେଦଦ୍ଯୁତି ପୁଷ୍ଟି, ବ୍ରଜ କିଶୋର ମଲ୍ଲିକ, ଅଜୟ ରାଉଳ, ସେକ୍ ସାୟଦ୍ ରସୁଲ, ଯୁବ ନେତା ସାଫି ଆଜମ୍, ଲଲାଟ କିଶୋର ମହାପାତ୍ର, ନିରଞ୍ଜନ ମୁଦୁଲି,ନିରଞ୍ଜନ ମହାନ୍ତି, ରାକେଶ ସ୍ବାଇଁ, ସୌମ୍ଯ ପ୍ରିତମ , ସାଇ ପ୍ରଭଞ୍ଜନ ମହାପାତ୍ର, ରାଜ୍ଯ ଛାତ୍ର କଂଗ୍ରେସ ସମ୍ପାଦକ ନିହାର ରଞ୍ଜନ ଦାସ , ମାନସ ରଞ୍ଜନ କର, ରାକେଶ ରାଉତ ପ୍ରମୁଖ ଯୋଗଦେଇଥିଲେ। ତିର୍ତ୍ତୋଲ ବ୍ଲକ କଂଗ୍ରେସ କମିଟି ର ଏପରି ପ୍ରୟାସ କୁ କଂଗ୍ରେସ ପ୍ରାର୍ଥୀ ଇଂ ହିମାଂଶୁ ଭୂଷଣ ମଲ୍ଲିକ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିବା ସମସ୍ତ କଂଗ୍ରେସ କର୍ମକର୍ତ୍ତା ମାନଙ୍କୁ ଧନ୍ଯବାଦ ଜଣାଇଛନ୍ତି। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।