ମୁମ୍ବଇ(ଏଜେନ୍ସି ) : ବିଗ୍ ‘ବି’ ଅମିତାଭ ବଚନ ୩୧ କୋଟି ଟଙ୍କା ଦେଇ ଏକ ନୂଆ ଘର କିଣିଛନ୍ତି। ପୂର୍ବରୁ ତାଙ୍କର ମୁମ୍ବଇରେ ଜଲସା, ପ୍ରତୀକ୍ଷା ସମେତ ଏକାଧିକ ବ୍ୟୟବହୁଳ ବାସଭବନ ରହିଛି। ତେବେ ନିକଟରେ ସେ ନିଜ ସଂପତ୍ତି ତାଲିକାରେ ଆଉ ଏକ ଘର ଯୋଡିଛନ୍ତି। ମୁମ୍ବଇର ଅନେ୍ଧରୀ ଉପନଗରୀୟ ଅଂଚଳରେ ସେ ଏକ ଡୁପ୍ଲେକ୍ସ ଆପାର୍ଟମେଣ୍ଟ ୩୧ କୋଟି ଟଙ୍କା ଦେଇ ଖରିଦ କରିଛନ୍ତି।