ନବରଙ୍ଗପୁର:(ସଂଘର୍ଷ ମିଡିଆ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳରେ ଘଟିଥିବା ୧୦ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ନବରଙ୍ଗପୁର ଜିଲ୍ଲା ବିଜେଡିର ସାମ୍ବାଦିକ ସମ୍ମିଳନୀ l ରାଜ୍ୟସରକାରଙ୍କ ୧୦୦ ଦିନର ଶାସନରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି, ମହିଳା ମାନଙ୍କପ୍ରତି ଦୁଷ୍କର୍ମ ଓ ଅସଦାଚରଣ ମାମଲା ବୃଦ୍ଧି ପାଇଛି, ମୁଖ୍ୟମନ୍ତ୍ରୀ ନିଜେ ଜଣେ ଆଦିବାସୀ ହୋଇଥିବା ଏବଂ ମୁଖ୍ୟମନ୍ତ୍ରୀ ଗୃହବିଭାଗର ଦାୟିତ୍ୱରେ ଥିବାବେଳେ ମହିଳାମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାରକୁ ନେଇ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦିଅନ୍ତୁବୋଲି ଦାବୀ କରିଛି ବିଜେଡି,ଏବଂ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନାବାଳିକାର ପୋଷ୍ଟମୋର୍ଟମ ରିପୋର୍ଟ ସାର୍ବଜନୀନ କରାଯାଉ,ପଶ୍ଚିମବଙ୍ଗ ଭଳି ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କଡା ଆଇନ ଅଣାଯାଉ,ଓଡିଶା ସରକାରଙ୍କ ଆଦିବାସୀକଲ୍ୟାଣ ବିଭାଗମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଏହିଭଳି ଏକ ଲଜ୍ଜାଜନକ ଘଟଣା ଘଟିଯାଇଥିଲେ ମଧ୍ୟ ମନ୍ତ୍ରୀ ଏହି ଘଟଣାକୁ ନେଇ ମୁହଁ ନଖୋଲିବା ଦୁର୍ଭାଗ୍ୟ ଜନକ ବିଷୟ ବୋଲି କହିଛି ବିଜେଡି l
ଜିଲ୍ଲାରେ ଏଭଳି ସମ୍ବେଦିନଶୀଳ ଘଟଣା ଘଟିଥିବାବେଳେ ଜିଲ୍ଲାପାଳ ଘଟଣାସ୍ଥଳ କୁ ଯାଇନାହାନ୍ତି । ଏସ୍ପି ଛୁଟି ରେ ଥିବା ବେଳେ ସମ୍ବେଦିନଶୀଳ ଘଟଣା ପରେ ବି ଛୁଟି ବାତିଲ କରି ଫେରିଆସିନାହାନ୍ତି । ଯଦି ଖୁବ ଶୀଘ୍ର ଦୋଷୀ ଙ୍କୁ ଗିରଫ କରାନଗଲେ ଆଗାମୀ ଦିନ ରେ ଜିଲ୍ଲା ବ୍ୟାପି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେଡି ସଭାପତି ରମେଶ ମାଝୀ, ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଉପସ୍ଥିତ ଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l
Get real time updates directly on you device, subscribe now.
Next Post