ଦଶହରାରେ ଓଡିଆ ଦର୍ଶକଙ୍କୁ ନୂଆ ଭେଟି, ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ମାଲ୍ୟଗିରି

68

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଦଶହରାରେ ଓଡିଆ ଦର୍ଶକଙ୍କୁ ନୂଆ ଭେଟି। ରିଲିଜ୍ ହୋଇଚି ଓଡ଼ିଆ ଫିଲ୍ମ ମାଲ୍ୟଗିରି। ଦଶହରାରେ ଦର୍ଶକ ମାନଙ୍କ ପାଇଁ ଏହି ଫିଲ୍ମ ରିଲିଜ ଅବସର ରେ ଏଥିରେ ଅଭିନୟ କରିଥିବା ଅଭିନେତା ଓ ଅଭିନେତ୍ରୀ ମାନେ ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଛନ୍ତି। ଓଲିଉଡ଼ ଅଭିନେତା ବାବୁଶାନ୍, ଅମ୍ଲାନ, ଶିବାନୀ ସଂଗୀତା, ଏଲିନା ଓ ସୂର୍ଯ୍ୟମୟୀ ଏହି ଫିଲ୍ମରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ଅଭିନୟ କରିଥିବା ଅଭିନେତା ଓ ଅଭିନେତ୍ରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଫିଲ୍ମର ଶୁଭକାମନା ପାଇଁ ପ୍ରାର୍ଥନା କରିଛନ୍ତି। ଏଥିସହ ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପଦାନ ସହ ଫିଲ୍ମର ସଫଳତା କାମନା ମଧ୍ୟ କରିଛନ୍ତି। ତେବେ ଆଇ ମା ଗପକୁ ନେଇ ଏହି ଫିଲ୍ମ ତିଆରି ହୋଇଥିବା ବେଳେ ଏଥିରେ ଲଭ୍ ଷ୍ଟୋରି ସହ ଆକ୍ସନ ମଧ୍ୟ ରହିଛି। ତେଣୁ ଦଶହରା ବଜାରରେ ଫିଲ୍ମ ମାଲ୍ୟଗିରି ଦର୍ଶକଙ୍କ ମନକୁ ବେଶ୍ ଛୁଇଁବ ବୋଲି ଆଶା ରଖିଛନ୍ତି ବାବୁଶାନ୍। ସେପଟେ ପୁରୀରେ ଗୋଟିଏ ହେଲେ ବି ସିନେମା ହଲ୍ ନଥିବାରୁ ଖୁବଶୀଘ୍ର ଏଠାରେ ଏକ ସିନେମା ହଲ୍ ନିର୍ମାଣ କରାଯାଉ ବୋଲି ଅନୁରୋଧ କରିଛନ୍ତି ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି ଓ ବାବୁଶାନ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More