୨୦୨୨ ଯାଏଁ ରହିପାରେ କରୋନା ସଂକ୍ରମଣ ପ୍ରଭାବ : ନ୍ୟୁୟର୍କ ଟାଇମ୍ସ ନ୍ୟୁଜ୍ ସର୍ଭିସ

43

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହି ମହାମାରୀ କେବେ ତାର ପ୍ରଭାବ ପକାଇବା ବନ୍ଦ କରିବ ସେ ନେଇ ଭିନ୍ନ ମତ ପ୍ରକାଶ ପାଇବାରେ ଲାଗିଛି। ନ୍ୟୁୟର୍କ ଟାଇମ୍ସ ନ୍ୟୁଜ୍ ସର୍ଭିସ ଅନୁଯାୟୀ କରୋନା ମହାମାରୀ ଦୀର୍ଘ ସମୟ ଧରି ରହିପାରେ ବୋଲି ଏକ ଗବେଷଣାରୁ ଜଣାପଡିଛି। ଗବେଷକମାନେ କହିଛନ୍ତି ଯେ ସମଗ୍ର ବିଶ୍ୱରେ କେବଳ ଗୋଟିଏ ଥର ସାମାଜିକ ଦୂରତା ସେତେ ଅଧିକ ପ୍ରଭାବଶାଳୀ ହେବ ନାହିଁ। ଆସନ୍ତା ଦୁଇ ବର୍ଷ ପାଇଁ ଆମକୁ ନିଜକୁ ସୁରକ୍ଷିତ ରଖିବାକୁ ପଡିବ। ସେମାନେ ପୂର୍ବାନୁମାନ କରିଛନ୍ତି ଯେ ସଂକ୍ରମଣର ଭବିଷ୍ୟତ ଭୌଗଳିକ ଅବସ୍ଥିତି, ପରିବେଶ, ସାମାଜିକ ଦୂରତା ଏବଂ ଅଧିକ ରୋଗ ପ୍ରତିଷେଧକ ଶକ୍ତି ଉପରେ ନିର୍ଭର କରିବ। ତେଣୁ ନିକଟ ଭବିଷ୍ୟତରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ହ୍ରାସ ହେବା ପରେ ଏହା ଆଉ ସଂକ୍ରମଣ କରିବ ନାହିଁ ବୋଲି ଭାବିବା ଉଚିତ ନୁହେଁ। ଭବିଷ୍ୟତରେ ଏହି ସଂକ୍ରମଣ ମଧ୍ୟ ତାର ପ୍ରଭାବ ଦେଖାଇ ପରେ କିମ୍ବା ବର୍ତ୍ତମାନଠାରୁ ଏଥିରେ ହଠାତ୍ ବୃଦ୍ଧି ହୋଇପାରେ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More