ଶକ୍ତିଶାଳୀ ବିସ୍ଫୋରଣରେ ଧ୍ଵସ୍ତବିଧ୍ଵସ୍ତ ଲେବାନନ୍‌ର ରାଜଧାନୀ ବେରୁତ ସହର

18

Get real time updates directly on you device, subscribe now.

ବେରୁତ ( ଏଜେନ୍ସି ) : ଏକ ଶକ୍ତିଶାଳୀ ବିସ୍ଫୋରଣ ଲେବାନନ୍‌ର ରାଜଧାନୀ ବେରୁତ ସହରକୁ ଧ୍ଵସ୍ତବିଧ୍ଵସ୍ତ କରିଦେଇଛି। ଅନେକ ସୁଉଚ୍ଚ ଅଟାଳିକା, ଶପିଂ ମଲ୍‌ ଭାଙ୍ଗି ମାଟିରେ ମିଶିଯାଇଛି। ସହରର ଶୋଭାବର୍ଦ୍ଧନ କରୁଥିବା ସୁନ୍ଦର ଅଟାଳିକାଗୁଡ଼ିକ ଏବେ ଜରାଜୀର୍ଣ୍ଣ ଦିଶୁଛି। ବିସ୍ଫୋରଣ ସ୍ଥଳରୁ ପ୍ରାୟ ୧୦ କିଲୋମିଟର ଦୂର ପର୍ଯ୍ୟନ୍ତ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଘଟିଥିବା ଏହି ବିସ୍ଫୋରଣ ଯୋଗୁ ୭୩ରୁ ଅଧିକ ଲୋକଙ୍କ ଜୀବନହାନି ଘଟିଥିବାବେଳେ ୩ଲକ୍ଷରୁ ଊର୍ଦ୍ଧ୍ଵ ଲୋକ ବାସହରା ହୋଇପଡ଼ିଛନ୍ତି। ଯେଉଁ ସ୍ଥାନରେ ବିସ୍ଫୋରଣ ଘଟିଲା ସେଠାରେ ୨୭୫୦ ଟନ୍‌ ଆମୋନିୟମ ନାଇଟ୍ରେଟ୍‌ ରଖାଯାଇଥିଲା। ଏହା ଏକ ଛୋଟ ପରମାଣୁ ବୋମା ବିସ୍ଫୋରଣ ସଦୃଶ ବୋଲି ବୈଜ୍ଞାନିକମାନେ କହିଛନ୍ତି। ବିସ୍ଫୋରଣ ଯୋଗୁ ମାଇଲ୍‌ ମାଇଲ୍‌ ଦୂର ପର୍ଯ୍ୟନ୍ତ କୋଠା ଭୁଶୁଡ଼ି ପଡ଼ିବା ସହିତ କାଚ କବାଟ ଓ ଝରକା ଭାଙ୍ଗିଯିବାରୁ ବହୁ ଲୋକ ଆହତ ହୋଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More