ନୂଆଦିଲ୍ଲୀ : ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଯୁବପିଢିଙ୍କ ପାଇଁ ଏକ ସତର୍କ ସୂଚନା ଜାରି କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ୨୦ରୁ ୪୦ ବର୍ଷ ବୟସର ଲୋକଙ୍କ ମଧ୍ୟରେ କରୋନାଭାଇରସ୍ ଦ୍ରୁତ ଗତିରେ ବ୍ୟାପୁଛି। ସଂକ୍ରମିତ ଯୁବକଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ପାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ୍ ଆଡନୋମ୍ ଗାବ୍ରିଏସିସ୍ କହିଛନ୍ତି ଯେ, କରୋନା ଭୂତାଣୁ ବିଷୟରେ ମଧ୍ୟ ଯୁବପିଢି ସଜାଗ ରହିବା ଆବଶ୍ୟକ। ଯୁବପିଢିଙ୍କ ମଧ୍ୟରେ କରୋନା ସଂକ୍ରମଣର ବିପଦ ଅଧିକ ରହିଛି।