ନୂଆଦିଲ୍ଲୀ ( ଏଜେନ୍ସି ) : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋଭିଡ -୧୯ ମହାମାରୀ ବିରୋଧରେ ଲଢେଇ ପାଇଁ ସାହାଯ୍ୟ କରିବାକୁ ଭାରତକୁ ଭେଣ୍ଟିଲେଟର ଦେବାକୁ ଘୋଷଣା କରିଛନ୍ତି। ଶନିବାର ଦିନ ଟ୍ରମ୍ପ ଟ୍ୱିଟ୍ କରି କହିଛନ୍ତି, ମୁଁ ଗର୍ବିତ ଯେ ଆମେରିକା ଭାରତରେ ଆମର ବନ୍ଧୁମାନଙ୍କୁ ଭେଣ୍ଟିଲେଟର ଦାନ କରିବ। ଏହି ମହାମାରୀ ସମୟରେ ଆମେ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅଛୁ। ଆମେ କରୋନା ଟିକା ପ୍ରସ୍ତୁତିରେ ମଧ୍ୟ ସାହାଯ୍ୟ କରୁଛୁ। ଏହି ଅଦୃଶ୍ୟ ଶତ୍ରୁ ବିରୋଧରେ ମିଳିତ ଲଢେଇ ପାଇଁ ଆମେ ବଦ୍ଧ ପରିକର।