ଭାରତ ସହ ମିଶି ଚୀନକୁ ଶିକ୍ଷା ଦେବ ଆମେରିକା

35

Get real time updates directly on you device, subscribe now.

ୱାଶିଂଟନ ( ଏଜେନ୍ସି ) : କରୋନା ସଂକ୍ରମଣ ସହିତ ଲଢୁଥିବା ଆମେରିକାରେ ଚୀନ ବିରୋଧୀ ଆକ୍ରୋଶ ଚରମ ସ୍ତରରେ ପହଞ୍ଚିଛି। ଭାରତ ସହିତ ମିଶି ଚୀନକୁ ଶିକ୍ଷା ଦେବା ଲାଗି ଆମେରିକା ଯୋଜନା କରିଛି। ଏଥିପାଇଁ ପ୍ଲାନ-୧୮ ପ୍ରସ୍ତୁତ କରିଛି ଆମେରିକା। ଚୀନ ଦ୍ବାରା ତଥ୍ୟ ଲୁଚାଯିବା ଏବଂ କରୋନାର ଉତ୍ପତ୍ତିସ୍ଥଳ ଜାଣିବା ଲାଗି ଆମେରିକା ପକ୍ଷରୁ ଆରମ୍ଭ ହୋଇଥିବା ତଦନ୍ତରେ ସହଯୋଗ ନ କରିବା ଅଭିଯୋଗରେ ଆମେରିକା ଏହି ପଦକ୍ଷେପ ନେଇଛି। ଆମେରିକାର ବରିଷ୍ଠ ସାଂସଦ ଥୋମ୍‌ ଟିଲିସ ମହାମାରୀର କାରଣ ସାଜିଥିବା ଚୀନର ମିଛ, ପ୍ରତାରଣା ଏବଂ ତଥ୍ୟଗୁଡ଼ିକୁ ଗୋପନ ରଖିବାକୁ ଉଦ୍ୟମ ପାଇଁ ଚୀନକୁ ଦାୟୀ କରିବା ଲାଗି ପ୍ଲାନ-୧୮ ପ୍ରସ୍ତୁତ କରିଛନ୍ତି। ଏହି ପ୍ଲାନ-୧୮ ହେଉଛି ଏକ ୧୮ ସୂତ୍ରୀ ଯୋଜନା। ଭାରତ ସହିତ ସୈନ୍ୟ ସମ୍ପର୍କ ବଢ଼ାଇବା ଏହି ଯୋଜନାର ମୂଳ ଅଂଶ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More