ଲଣ୍ଡନ ( ଏଜେନ୍ସି ) : ବ୍ରିଟେନ ସରକାର ଦେଶର କିଛି ଭାଗରେ ଲକଡାଉନ୍ କଟକଣାକୁ ମେ ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବ୍ରିଟେନ ବୈଦେଶିକ ମନ୍ତ୍ରୀ ଡୋମିନିକ୍ ରାବ୍ କହିଛନ୍ତି କ୍ୟାବିନେଟ୍ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି, ସାମାଜିକ ଦୂରତ୍ୱ ବଜାୟ ରଖିବା ଆସନ୍ତା ୩ ସପ୍ତାହ ପର୍ଯ୍ୟନ୍ତ ବଳବତ୍ତର ରହିବ। ଇତିମଧ୍ୟରେ ବ୍ରିଟେନରେ ଗତକାଲି ଆଉ ୮୬୧ଜଣ ସଂକ୍ରମିତ ଲୋକଙ୍କର ମୃତ୍ୟୁ ଘଟିବା ସହ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୧୩, ୭୨୯ରେ ପହଞ୍ଚିଛି।