ନୂଆଦିଲ୍ଲୀ ( ଏଜେନ୍ସି ) : ସମ୍ପ୍ରତି ବିଶ୍ଵବ୍ୟାପୀ କରୋନା ସଂକ୍ରମଣ ଆତଙ୍କ ଖେଳାଇ ଦେଇଥିବାବେଳେ ଆମେରିକା ସହ ଚୀନ୍ର ବାଣିଜ୍ୟ ଯୁଦ୍ଧକୁ ନେଇ ଦକ୍ଷିଣକୋରିଆ ଓ ଜାପାନ କମ୍ପାନୀ ଗୁଡିକର ଚିନ୍ତା ବହୁଗୁଣ ବଢିଯାଇଛି। କରୋନା ସଂକ୍ରମଣ ଚୀନ୍ ବଢାଉଥିବା ନେଇ ଆମେରିକା ସିଧାସଳଖ ଦାୟୀ କରିବା ପରେ ବାଣିଜ୍ୟ ସ୍ଥିତି ଅଧିକ ବିଗିଡିଛି। ବର୍ତ୍ତମାନ ଉଭୟ ଦକ୍ଷିଣ କୋରିଆ ଓ ଜାପାନ ଭଳି କମ୍ପାନୀଗୁଡିକ ଚୀନ୍ ଛାଡିବାକୁ ମନସ୍ଥ କରିଛନ୍ତି ା ଚୀନ୍ରୁ ସେମାନଙ୍କର ପ୍ରକଳ୍ପ ଭାରତକୁ ସ୍ଥାନାନ୍ତର କରିବାକୁ ବିଚାର କରୁଛନ୍ତି । ପ୍ରାୟ ୧୦୦୦ ବିଦେଶୀ କମ୍ପାନୀ ଭାରତରୁ ଉତ୍ପାଦନ ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।