ବିଦେଶୀ ପର୍ଯ୍ୟଟକଙ୍କୁ ଆଶ୍ଵସ୍ତି: ଏପ୍ରିଲ ୩୦ ଯାଏ ବଢ଼ିଲା ଭିସା ଅବଧି

19

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଲକ୍ଡ଼ାଉନ ଓ ବିମାନ ଚଳଚଳ କଟକଣା ଯୋଗୁ ଦେଶରେ ଅଟକି ରହିଥିବା ବିଦେଶୀ ପର୍ଯ୍ୟଟକଙ୍କୁ ମିଳିଛି ଆଶ୍ବସ୍ତି । ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଉଭୟ ଇ-ଭିସା ଓ ଭିସାକୁ କୋହଳ କରାଯାଇଛି । ଏହି ବର୍ଧିତ ଅବଧି ପାଇଁ ବିଦେଶୀ ନାଗରିକଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।  କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏ ସମ୍ପର୍କରେ ନିର୍ଦେଶନାମା ଜାରି କରାଯାଇଛି । ମନ୍ତ୍ରାଳୟ ପକ୍ଷରୁ କହାଯାଇଛି ଯେ “ବିଶ୍ୱର ବିଭିନ୍ନ ଅଂଶରେ କରୋନା ବ୍ୟାପିଥିବାରୁ ବିଦେଶୀ ନାଗରିକ ଅଟକି ରହିଛନ୍ତି। ଏତଦ୍‌ବ୍ୟତୀତ ଭାରତୀୟ କର୍ତ୍ତୃପକ୍ଷ ମଧ୍ୟ ଟ୍ରାଭେଲ୍‌ କଟକଣା ଲାଗୁ କରିବା ସେମାନଙ୍କୁ ଅଟକାଇ ରଖିଛି। ଏହାକୁ ଦୃଷ୍ଟିରେ ରଖି ଯେଉଁସବୁ ନିୟମିତ ଭିସା, ଇ-ଭିସାର ଅବଧି ଫେବୃଆରୀ ୧ ମଧ୍ୟରାତ୍ରିରୁ ଏପ୍ରିଲ ୩୦ ମଧ୍ୟରେ ସରିବାର ଥିବ, ଏହା ଏପ୍ରିଲ ୩୦ ମଧ୍ୟରାତ୍ରି ଯାଏ ବୃଦ୍ଧି ପାଇବ।” ବିନା କୌଣସି ଅତିରିକ୍ତ ଶୁଳ୍କରେ କେବଳ ଅନଲାଇନ୍‌ ଆବେଦନ ଦ୍ୱାରା ଏହି ଭିସାର ଅବଧି ବୃଦ୍ଧି କରାଯିବ ବୋଲି କୁହାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More