ବିଦାୟ ମହାରାଣୀ ଏଲିଜାବେଥ ଦ୍ୱିତୀୟ

36

Get real time updates directly on you device, subscribe now.

ଲଣ୍ଡନ(ଏଜେନ୍ସି ) :ଆଜି ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ଲଣ୍ଡନର ୱେଷ୍ଟ ମିନିଷ୍ଟରରେ ଭାରତୀୟ ସମୟ ଅପରାହ୍ଣ ସାଢେ ୩ଟାରେ ରାଜକୀୟ ସମ୍ମାନର ସହ ଅନ୍ତିମ ସଂସ୍କାର ଅନୁଷ୍ଠିତ ହୋଇଛି। ଲଣ୍ଡନର ୱେଷ୍ଟ ମିନିଷ୍ଟର ହଲରେ ସକାଳୁ ବହୁ ରାଷ୍ଟ୍ରନେତା ପହଞ୍ଚି ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଶେଷ ଦର୍ଶନ କରିଛନ୍ତି। ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମହାରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ବ୍ରିଟେନ ରାଜା କିଙ୍ଗ ଚାର୍ଲସ ତୃତୀୟଙ୍କ ସହ ଆଲୋଚନା କରିଛନ୍ତି । ଆଜି ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଅନ୍ତିମ ମହାଯାତ୍ରାରେ ପ୍ରିନ୍ସ ଉଇଲିୟମ, ତାଙ୍କ ସ୍ତ୍ରୀ କାଥେରିନ୍, ପ୍ରିନ୍ସ ଜର୍ଜ, ପ୍ରିନ୍ସ ହ୍ୟାରୀ ଓ ତାଙ୍କ ସ୍ତ୍ରୀ ମେଘାନ ରାଣୀଙ୍କ କଫିନ ଯାତ୍ରାରେ ୱେଷ୍ଟ ମିନିଷ୍ଟର ଆବେ ପର୍ଯ୍ୟନ୍ତ ଯାଇଥିବା ଦେଖିବାକୁ ମିଳିଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More