ପୁତ୍ର ସନ୍ତାନର ଜନକ ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌

15

Get real time updates directly on you device, subscribe now.

ଲଣ୍ଡନ ( ଏଜେନ୍ସି ) : ଗୁରୁତର କରୋନା ସଂକ୍ରମଣରୁ ସୁସ୍ଥ ହୋଇ ସୋମବାର କାର୍ଯ୍ୟରେ ଯୋଗ ଦେଇଥିବା ୫୫ବର୍ଷୀୟ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ବୁଧବାର ଏକ ପୁତ୍ର ସନ୍ତାନର ଜନକ ହୋଇଛନ୍ତି। ଜନସନ୍‌ଙ୍କ ୩୨ବର୍ଷୀୟା ବାନ୍ଧବୀ କ୍ୟାରୀ ସିମଣ୍ଡସ୍‌ ବୁଧବାର ପୂର୍ବାହ୍ଣରେ ସୁସ୍ଥ ସନ୍ତାନ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଜନସନ୍‌ଙ୍କର ପୂର୍ବରୁ ୫ ସନ୍ତାନ ଅଛନ୍ତି। ପ୍ରଥମ ପତ୍ନୀଙ୍କଠାରୁ ଗୋଟିଏ ଥିବାବେଳେ ୨୦୧୮ରେ ଛାଡ଼ପତ୍ର ପାଇଥିବା ଦ୍ବିତୀୟ ପତ୍ନୀ ମାରିନା ହ୍ବିଲରଙ୍କଠାରୁ ୪ ସନ୍ତାନ ଜନ୍ମ ହୋଇଛନ୍ତି। ସିମଣ୍ଡସ୍‌ଙ୍କ ସହିତ ୨୦୧୯ ଆରମ୍ଭରୁ ଜନସନ୍‌ଙ୍କର ପ୍ରେମ ସମ୍ପର୍କ ରହିଆସିଛି। ସିମଣ୍ଡସ୍‌ ହେଉଛନ୍ତି କଞ୍ଜରଭେଟିଭ୍‌ ପାର୍ଟିର ପୂର୍ବତନ ଯୋଗାଯୋଗ ମୁଖ୍ୟ। ଗତ ଫେବୃଆରୀରେ ଉଭୟ ବିବାହ ଓ ସିମଣ୍ଡସ୍‌ଙ୍କ ମାତୃତ୍ବ ସମ୍ପର୍କରେ ସୂଚନା ଦେଇଥିଲେ। ଜନସନ୍‌ କରୋନା ସଂକ୍ରମିତ ହୋଇ ଦୁଇ ସପ୍ତାହ ଚିକିତ୍ସାଧୀନ ଥିବାବେଳେ ସିମଣ୍ଡସ୍‌ଙ୍କୁ ଅଲଗା ରଖାଯାଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More