ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ : କରୋନା ବ୍ୟାପିବାରେ ମାଧ୍ୟମ ରେଷ୍ଟୁରାଣ୍ଟ-ହୋଟେଲ

36

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଆମେରିକାରେ କରୋନା ଦେଖାଇଛି ନିଜର ବିକଟାଳ ରୂପ । ଆମେରିକା ପୂର୍ବରୁ ୟୁରୋପୀୟ ଦେଶ ଓ ଏହା ପୂର୍ବରୁ ଚୀନ ଏହି ଦୃଶ୍ୟ ଦେଖି ସାରିଛି । ତେବେ କରୋନା ସଂକ୍ରମଣ ନିମନ୍ତେ ଏହି ଦେଶଗୁଡ଼ିକରେ ସବୁଠୁ ବଡ଼ ଭୂମିକା ଗ୍ରହଣ କରିଛି ହୋଟେଲ, ବାର୍ ଓ ରେଷ୍ଟୁରାଣ୍ଟ । ଅଧିକାଂଶ ଲୋକମାନେ ଏହିଠାରୁ ସଂକ୍ରମିତ ହୋଇଥିବା ଏକ ଅଧ୍ୟୟନରେ ପ୍ରକାଶ ପାଇଛି ।
ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ଚୀନରେ ପ୍ରଥମେ ଏହି କାରଣରୁ କରୋନା ତୀବ୍ର ବେଗରେ ସଂକ୍ରମଣ ଆରମ୍ଭ କରିଥିଲା । ଜାନୁଆରୀ ୨୪ ତାରିକରେ ଉହାନ ସହର ଯେତେବେଳେ ଲକ୍ଡ଼ାଉନ ହୋଇ ନ ଥିଲା ସେତେବେଳେ ଗୋଟିଏ ଦିନରେ ଗୁଆଙ୍ଗଝାଉ ସହରର ଏକ ରେଷ୍ଟୁରାଣ୍ଟରେ ବହୁ ଲୋକ କରୋନା ସଂକ୍ରମିତ ହୋଇଥିଲେ । ଆଉ କରୋନା ସଂକ୍ରମଣକୁ ଅଧିକ ତୀବ୍ର କରିଥିଲା ରେଷ୍ଟୁରାଣ୍ଟର ଏୟାର କଣ୍ଡିସନର । ଏୟାର କଣ୍ଡିସନର ନିକଟରେ ଭୋଜନ କରୁଥିବା ୩ଟି ପରିବାର ଗୋଟିଏ ଦିନରେ ସଂକ୍ରମିତ ହୋଇଥିଲେ । ତେବେ ସୌଭାଗ୍ୟର ବିଷୟ ହେଉଛି ସେହି ରେଷ୍ଟୁରାଣ୍ଟରେ ସେହି ସମୟରେ ଅନ୍ୟ ଟେବୁଲଗୁଡ଼ିକରେ ବସିଥିବା ୭୩ ଜଣ ଗ୍ରାହକଙ୍କ ନମୁନା ନେଗେଟିଭ୍ ବାହାରିଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More