ନୂଆଦିଲ୍ଲୀ(ଏଜେନ୍ସି) : ଭୂକମ୍ପ ଝଟକାରେ ଥରିଲା ଚିଲି । ଦକ୍ଷିଣ ଆମେରିକାର ଚିଲିରେ ଭୀଷଣ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୩ ରେକର୍ଡ କରାଯାଇଛି । ଭୂକମ୍ପର ଗଭୀରତା ଭୂମି ଠାରୁ ୧୨୮ କିଲୋମିଟର ଗଭୀର ଥିଲା ବୋଲି ଜଣାପଡିଛି । ତେବେ ଭୂମିକମ୍ପ ପରେ ସୁନାମୀ ନେଇ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ । ତେବେ ଏଯାଏଁ ଏଥିରେ ଧନ ଜୀବନର କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳି ପାରି ନାହିଁ ।