ଡବ୍ଲ୍ୟୁଏଚଓ ପାଣ୍ଠି ଅଟକାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

18

Get real time updates directly on you device, subscribe now.

ୱାଶିଂଟନ ( ଏଜେନ୍ସି ) : ପୂର୍ବ ଚେତାବନୀ ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ)କୁ ଦିଆଯାଉଥିବା ପାଣ୍ଠିକୁ ଅଟକାଇ ଦେଇଛନ୍ତି। ଡବ୍ଲ୍ୟୁଏଚଓ ନିଜ କର୍ତ୍ତବ୍ୟ ପାଳନ କରି ନ ଥିବା ଏବଂ ଚୀନକୁ ସୁହାଇଲା ଭଳି କାର୍ଯ୍ୟ କରୁଥିବା ଟ୍ରମ୍ପ ଅଭିଯୋଗ କରି ଏହି ପଦକ୍ଷେପ ନେଇଛନ୍ତି। କରୋନା ଭୂତାଣୁକୁ ରୋକିବା ଦିଗରେ ଡବ୍ଲ୍ୟୁଏଚଓ ଠିକ୍‌ ଭାବେ କାର୍ଯ୍ୟ କରି ନ ଥିବା ଏବଂ ଭୂତାଣୁ ସମ୍ପର୍କିତ ତଥ୍ୟ ଲୁଚାଇବାରେ ସଂଗଠନର ଭୂମିକା ଆକଳନ କରାଯିବ ବୋଲି ଟ୍ରମ୍ପ କହିଛନ୍ତି। ସୂଚନାଯୋଗ୍ୟ, କରୋନା ଭୂତାଣୁର ପ୍ରଥମ ମାମଲା ଗତବର୍ଷ ନଭେମ୍ବରରେ ଚୀନର ଉହାନ ସହରରେ ଦେଖିବାକୁ ମିଳିଥିଲା। ଆମେରିକାର ଜନ ହପକିନ୍ସ ବିଶ୍ବବିଦ୍ୟାଳୟ ତଥ୍ୟ ଅନୁସାରେ ଏହି ଭୂତାଣୁ ଏବେ ସାରା ବିଶ୍ବରେ ୧ ଲକ୍ଷ ୨୬ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି। ତାହା ମଧ୍ୟରେ ଆମେରିକାର ୨୫ ହଜାର ଲୋକ ରହିଛନ୍ତି। ଭୂତାଣୁକୁ ରୋକିବା କ୍ଷେତ୍ରରେ ଡବ୍ଲ୍ୟୁଏଚଓର ଭୂମିକା ସନ୍ଦେହଜନକ ଥିବାରୁ ଟ୍ରମ୍ପ ଆମେରିକା ପକ୍ଷରୁ ଏହି ସଂଗଠନକୁ ଦିଆଯାଉଥିବା ପାଣ୍ଠି ରୋକିବାକୁ ନିଜ ପ୍ରଶାସନକୁ ମଙ୍ଗଳବାର ନିର୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଆମେରିକା ପ୍ରତିବର୍ଷ ଡବ୍ଲ୍ୟୁଏଚଓକୁ ୪୦୦ରୁ ୫୦୦ ମିଲିୟନ ଡଲାର ଅର୍ଥରାଶି ପ୍ରଦାନ କରୁଥିବାବେଳେ ଚୀନ ମାତ୍ର ୪୦ ମିଲିୟନ ଡଲାର ଦେଇଥାଏ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More