ନୂଆଦିଲ୍ଲୀ ( ଏଜେନ୍ସି ) : ବିଶ୍ଵର ଅନ୍ୟତମ ପ୍ରମୁଖ ସୋସିଆଲ ମିଡିଆ କମ୍ପାନୀ ଫେସବୁକ ମୁକେଶ ଆମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରି ଗ୍ରୁପର ଜିଓ ପ୍ଲାଟପର୍ମ୍ସ ଲିମିଟେଡରେ ୯.୯୯ ପ୍ରତିଶତ ଅଂଶଧନ କିଣିବ। ଏଥିପାଇଁ ଫେସବୁକ ରିଲାଏନ୍ସ ଜିଓରେ ୪୩ ହଜାର ୫୭୪ କୋଟି ଟଙ୍କା ନିବେଶ କରିବ। ଫେସବୁକ ପକ୍ଷରୁ ବୁଧବାର ଏ ସମ୍ପର୍କରେ ଘୋଷଣା କରାଯାଇଛି।