ପୁରୀ( ସଂଘର୍ଷ ମିଡିଆ ) : ଜାପାନର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଖରାପ ସ୍ୱାସ୍ଥ୍ୟ ଗତ କାରଣରୁ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କୁହାଯାଇଛି। ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଶୀଘ୍ର ସୁସ୍ଥ ହେଉ ବୋଲୀ ବାଲୁକା କଳା ମାଧ୍ୟମରେ ଦର୍ଶାଇ ଛନ୍ତି ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ସେ ଏହି ବାଲୁକାକଳାଟିକୁ ଗଢି ଥିବା ବେଳେ ସିଂଜୋ ଆବେଙ୍କ ପ୍ରତିକୃତି ଏହି ବାଲୁକାକଳାରେ ସ୍ଥାନ ଦିଆଯାଇଛି ତେବେ ସିଂଯୋ ଆବେ ଜାପାନ କାହିଁକି ସାରା ବିଶ୍ୱରେ ବେଶ ଲୋକ ପ୍ରିୟ । ତାଙ୍କର କାର୍ଯ୍ୟ ଶୈଳୀ ବିଶେଷ କରି ଭାରତ ସହିତ ତାଙ୍କର ବନ୍ଧୁତା ବେଶ ନିବିଡ। ପ୍ରଧାନମନ୍ତ୍ରୀତ୍ୱ କାଳରେ ଭାରତ ଓ ଜାପାନ ମଧ୍ୟରେ ସମ୍ପର୍କ ବେଶ ନିବିଡ ହୋଇଛି। ଏଣୁ ଭାରତରେ ସିଂଯୋ ଆବେଙ୍କ ବହୁତ ପ୍ରଶଂସକ ଥିବା ବେଳେ ତଙ୍କର ଅସୁସ୍ଥତା ସମୟ ରେ ଶୀଘ୍ର ଅରୋଗ୍ୟ କାମନା କରିଛନ୍ତି।