ନୂଆଦିଲ୍ଲୀ ( ଏଜେନ୍ସି ) : ଜାତିସଂଘ ସୁରକ୍ଷା ପରିଷଦ ନିର୍ବାଚନରେ ଭାରତ ନିର୍ବାଚିତ ହୋଇଛି। ବର୍ତ୍ତମାନ ଭାରତ ୨୦୨୧-୨୨ ପାଇଁ ଅସ୍ଥାୟୀ ସଦସ୍ୟ ହୋଇଛି । ଭାରତ ଏଥିସହ ୮ମ ଥର ପାଇଁ ଅସ୍ଥାୟୀ ସଦସ୍ୟ ଭାବରେ ନିର୍ବାଚିତ ହୋଇଛି । ଏହି ନିର୍ବାଚନରେ ୧୯୨ ଟି ମଧ୍ୟରୁ ଭାରତ ୧୮୪ଟି ଭୋଟ୍ ପାଇଛି। ଅନ୍ୟପକ୍ଷରେ ଏହି ସଫଳତାକୁ ନେଇ ପାକିସ୍ତାନ କହିଛି ଯେ, ସୁରକ୍ଷା ପରିଷଦରେ ନୂଆଦିଲ୍ଲୀର ଅସ୍ଥାୟୀ ସଦସ୍ୟତା ଆମ ପାଇଁ ଚିନ୍ତାର ବିଷୟ ।