ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ଘଟଣା: ଆନ୍ଦୋଳନକାରୀଙ୍କୁ ଟ୍ରମ୍ପଙ୍କ କଡା ଚେତାବନୀ

55

Get real time updates directly on you device, subscribe now.

ୱାଶିଂଟନ ( ଏଜେନ୍ସି ) : ଅଶ୍ୱେତ ଆମେରିକାର ଜର୍ଜ ଫ୍ଲୋଏଡଙ୍କ ମଝି ରାସ୍ତାରେ ପୋଲିସ ହେପାଜରେ ମୃତ୍ୟୁ ହେବା ପରେ ଆମେରିକାରେ ହେଉଥିବା  ହିଂସା ଭୟଙ୍କର ରୂପ ଧାରଣ କରିଛି।  ସଂପୃକ୍ତ ପୁଲିସ ଅଧିକାରୀ ଏବଂ ତାଙ୍କୁ ସହାୟତା କରିଥିବା ପୁଲିସ ବିରୋଧରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ସାରା ଦେଶରେ ବି‌କ୍ଷୋଭ ପ୍ରଦର୍ଶନ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାର ୪୦ଟି ସହରରେ ଆନ୍ଦୋଳନ ପହଞ୍ଚିଛି । ବିକ୍ଷୋଭକାରୀଙ୍କ ଦ୍ୱାରା ଦୋକାନରୁ ଲୁଟ୍ ହେବା ସହ ଏବଂ ପୋଲିସ ଗାଡି ସହିତ ଅନେକ ବିଲ୍ଡିଂରେ ନିଆଁ ଲାଗାଯାଇଥିଲା । ୱାଶିଂଟନ୍ ସମେତ ୪୦ ଟି ସହରରେ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗାଯାଇଛି । ଏହାରି ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ ଆନ୍ଦୋଳନକାରୀଙ୍କୁ ଚେତାବନୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଜର୍ଜ ଫ୍ଲୋଏଡ ଏବଂ ତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଆମେ ସଂପୂର୍ଣ୍ଣ ପ୍ରତିବଦ୍ଧ। କିନ୍ତୁ ଆନ୍ଦୋଳନକାରୀ ଯେପରି ଭାବେ ହିଂସା ଘଟାଉଛନ୍ତି ତାହା ଗ୍ରହଣଯୋଗ୍ୟ ନୁହେଁ । ଆନ୍ଦୋଳନକାରୀ ହିଂସାରୁ ନିବୃତ୍ତ ରୁହନ୍ତୁ ନହେଲେ ଆମେରିକାର ସେନାକୁ ଆନ୍ଦୋଳନକାରୀଙ୍କୁ ଦମନ କରିବାର ଦାୟିତ୍ଵ ପ୍ରଦାନ କରାଯିବ ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପ କହିଛନ୍ତି ଆନ୍ଦୋଳନକାରୀ ଶାନ୍ତିପୂର୍ଣ୍ଣଭାବେ ଆନ୍ଦୋଳନ କରନ୍ତୁ । ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ମୁଁ ମଧ୍ୟ ସମର୍ଥନ କରେ ବୋଲି ଟ୍ରମ୍ପ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More