ୱାଶିଂଟନ ( ନାଗେଙ୍କୀ ) : ଚୀନର ଲ୍ୟାବରୁ କରୋନା ଭୂତାଣୁ ବ୍ୟାପିଛି ବୋଲି ଆମେରିକା ଯେଉଁ ଦାବି କରିଆସୁଛି ତାହାର ପ୍ରମାଣ ମିଳିଛି ବୋଲି ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ କହିଛନ୍ତି। ତେବେ ସେ ଗଣମାଧ୍ୟମକୁ କୌଣସି ପ୍ରମାଣ ଦେଇନାହାନ୍ତି। ଉହାନସ୍ଥିତ ଚୀନର ଏକ ଲ୍ୟାବରେଟୋରିରୁ ଭୂତାଣୁ ବ୍ୟାପିଥିବା ବିଶ୍ଵର ଅନେକ ଦେଶ ସନ୍ଦେହ କରୁଛନ୍ତି। ଏହି ଲ୍ୟାବ୍ରେ କରୋନା ଭୂତାଣୁ ଉପରେ ଗବେଷଣା କରାଯାଉଥିଲା। ମାତ୍ର ଚୀନ ଏସବୁ ଅଭିଯୋଗକୁ ଖଣ୍ଡନ କରିଛି।ଏବିସି ନ୍ୟୁଜ ସହିତ ଏକ ସାକ୍ଷାତକାରରେ ମାଇକ୍ ପମ୍ପିଓ ଚୀନ ବିରୋଧରେ ଅନୁରୂପ ଅଭିଯୋଗ ଆଣିବା ସହିତ ଏ ନେଇ ପ୍ରମାଣ ରହିଥିବା କହିଛନ୍ତି।