ଚୀନକୁ ପୁଣି ଲେଉଟିଲା କରୋନା

43

Get real time updates directly on you device, subscribe now.

ବେଜିଂ ( ଏଜେନ୍ସି ) : ଚୀନକୁ ପୁଣି ଫେରିଛି କୋବିଦ-୧୯ କରୋନା ଭୂତାଣୁ । ଏହି ଭୂତାଣୁ ପୂର୍ବଠାରୁ ଅଧିକ ବଳଶାଳୀ ଓ ସଂକ୍ରମିତ ରୋଗୀମାନଙ୍କଠାରେ ଦୀର୍ଘ ସମୟ ଭୂତାଣୁ ବଞ୍ଚି ରହୁଛି ଏବଂ ରୋଗୀଙ୍କୁ ସୁସ୍ଥ ହେବାକୁ ଅଧିକ ସମୟ ଲାଗୁଛି ବୋଲି ସୂଚନା ମିଳିଛି । ଚୀନ୍‌ର ଜିଲିନ୍‌ ଏବଂ ହିଲୋଙ୍ଗଜିଆଙ୍ଗ ଅଞ୍ଚଳରେ ରୋଗୀମାନଙ୍କଠାରେ କରୋନା ଭାଇରସ୍ ରହୁଛି । କେବଳ ଏତିକି ନୁହେଁ, ଏହି ନୂତନ ରୋଗୀମାନେ ଉହାନରେ ସଂକ୍ରମିତମାନେ ସୁସ୍ଥ ହେବା ପାଇଁ ଯେତିକି ସମୟ ନେଇଥିଲେ ତାଙ୍କଠାରୁ ଅଧିକ ସମୟ ଏମାନେ ନେଉଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ବିଶେଷଜ୍ଞ ଗୋଷ୍ଠୀର ସଦସ୍ୟ କ୍ୟୁ ହେଡବୋ କହିଛନ୍ତି ଯେ ରୋଗୀମାନଙ୍କଠାରେ ଜ୍ୱରର ଲକ୍ଷଣ ବହୁତ କମ୍ ରହୁଛି । ଏହି ଭାଇରସ୍ ଅନେକ ଅଙ୍ଗ ଅପେକ୍ଷା ଫୁସଫୁସରେ ଅଧିକ କ୍ଷତି ଘଟାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More