ଘର ବାହୁଡ଼ା ଲାଗି ପ୍ରବାସୀ ଭାରତୀୟଙ୍କ ଲମ୍ବା ଧାଡ଼ି ,ସଂଯୁକ୍ତ ଆରବ ଏମିରେଟ୍ସରେ ଭାରତୀୟ ଦୂତାବାସରେ ପ୍ରାୟ ୩୨ ହଜାର ଲୋକ ଭାରତ ଫେରିବାକୁ ପଞ୍ଜିକରଣ

13

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଘର ବାହୁଡ଼ା ଲାଗି ପ୍ରବାସୀ ଭାରତୀୟଙ୍କ ଲମ୍ବା ଧାଡ଼ି । କରୋନା ଯୋଗୁଁ ବିଦେଶରେ କାମଧନ୍ଦାର ଅଭାବ ଓ ସେଠାରେ ସୃଷ୍ଟି ହୋଇଥିବା ସମସ୍ୟା ଯୋଗୁଁ ପ୍ରବାସୀ ଭାରତୀୟମାନେ ଏବେ ଦେଶମୁହାଁ । ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଭାରତୀୟଙ୍କ ସଂଖ୍ୟା ଢ଼େର ବେଶୀ । ସାଉଦି ଆରବ, କୁଏତ, ଇରାକ୍, ଇରାନ ଆଦି ଦେଶରେ ବହୁ ଭାରତୀୟ ବିଭିନ୍ନ ବୃତ୍ତିରେ ନିୟୋଜିତ ଅଛନ୍ତି । ତୈଳ ସମୃଦ୍ଧ ଏହି ଧନୀ ଦେଶଗୁଡ଼ିକ ମଧ୍ୟ କରୋନା ସଙ୍କଟରୁ ବର୍ତି ପାରି ନାହାନ୍ତି । ତେଣୁ କିଛି ସ୍ଥାନରେ ଛଟେଇ ଚାଲିଛି ତ କିଛି ସ୍ଥାନରେ ଅସ୍ଥାୟୀ ଭାବରେ କାର୍ଯ୍ୟ ବନ୍ଦ ରହିଛି । ଏଥିପାଇଁ ବହୁ ଭାରତୀୟ ଦେଶକୁ ଫେରି ଆସିବାକୁ ଚାହୁଁଛନ୍ତି । ସଂଯୁକ୍ତ ଆରବ ଏମିରେଟ୍ସରେ ଭାରତୀୟ ଦୂତାବାସରେ ପ୍ରାୟ ୩୨ ହଜାର ଲୋକ ଭାରତ ଫେରିବାକୁ ପଞ୍ଜିକରଣ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More