କୁକ୍ଷ।ତ ଅପରାଧୀ ରିୟାଜୁ ମୃତ୍ୟୁ ପରେ ଆତଙ୍କବାଦୀଙ୍କ ଶିବିରରେ ଭୟର ଆତଙ୍କ

12

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଗତ କିଛିଦିନ ମଧ୍ୟରେ ଜଣକ ପରେ ଜଣେ କୁଖ୍ୟାତ ଆତଙ୍କବାଦୀ ଓ ପର୍ଦା ପଛ​‌ରେ ରହି ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ହିଜବୁଲ ମୁଜାହିଦିନ ବ୍ୟସ୍ତବିବ୍ରତ ହୋଇ ପଡ଼ିଛି । ବିଶେଷଭାବରେ ପାକିସ୍ତାନର ଗେହ୍ଲାପୁଅ ରିୟାଜ ନାୟକୁର ମୃତ୍ୟୁ ହିଜବୁଲ ମୁଜାହିଦ୍ଦିନ ଶିବିରରେ ଆତଙ୍କ ସୃଷ୍ଟି କରିଛି । ଏକ ଭିଡ଼ିଓରେ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲ୍ଲାଉଦ୍ଦିନ ‘ଶତୁ ଭାରତର ପଲ୍ଲା ଏବେ ଭାରି ରହିଛି’ ଏବଂ ମେ’ ୩ ତାରିଖରେ ସହିଦ ହୋଇଥିବା କର୍ଣ୍ଣଲ ଆଶୁତୋଷ,ମେଜର ଅନୁଜ୍ ସୁଦ ଓ ଅନ୍ୟ ଦୁଇ ଜଣ ଯବାନଙ୍କ ମୃତ୍ୟୁ ପାଇଁ ହିଜବୁଲ ଦାୟୀ ବୋଲି ଦାବି କରିଛି।  ରିୟାଜର ମୃତ୍ୟୁର ଗୋଟିଏ ଦିନ ପରେ ନିଜ ସମର୍ଥକଙ୍କୁ ସମ୍ବୋଧନ କରି ହିଜବୁଲର ମୁଖ୍ୟ କମାଣ୍ଡର ସୟଦ ସଲ୍ଲାଉଦ୍ଦିନ କହିଛି ଯେ, ଚଳିତ ବର୍ଷ ଭାରତୀୟ ସେନା ୮୦ ଜଣ ଆତଙ୍କବାଦୀଙ୍କୁ ମାରି ସାରିଲାଣି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More