ଚିକାଗୋ ( ଏଜେନ୍ସି ) : ସାରା ବିଶ୍ବ କରୋନା ମହାମାରୀ ବଳୟରେ ରହିଛି । ଏହାକୁ ପ୍ରତିହତ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି । ତେବେ କିଡ୍ନୀ ପୀଡ଼ିତରୋଗୀଙ୍କ ପାଇଁ କରୋନା ରୋଗ ସର୍ବାଧିକ ଘାତକ ହୋଇଛି । ଆମେରିକାରେ ମୃତ୍ୟୁବରଣ କରିିଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୩୦% କିଡ଼ନୀ ଜନିତ ରୋଗରେ ପୀଡ଼ିତ ଥିଲେ ଓ କରୋନା ସେମାନଙ୍କର ଜୀବନ ଅନାୟାସରେ ନେଇଛି । ନ୍ୟୁୟର୍କ ହଫ୍ଷ୍ଟ୍ରାର ନେଫ୍ରୋଲୋଜି ମୁଖ୍ୟ ଡ.କେନାର୍ ଜାଭେରିଙ୍କ ସୂଚନା ଅନୁସାରେ ଆମେରିକାରେ ପ୍ରଥମ ପର୍ଯ୍ୟାୟରେ ମେଡ଼ିକାଲ୍ରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କ ମଧ୍ୟରୁ ୩୬.୬ ପ୍ରତିଶତ ଗୁରୁତର କିଡ୍ନୀ ପୀଡ଼ିତ ଥିଲେ । ଯେତେବେଳ କିଡ୍ନୀ ଅକାମି ହୋଇଯାଏ ସେତେବେଳେ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ହୋଇଯାଏ। ସେମାନଙ୍କ ମଧ୍ୟରୁ ୧୪.୩ ପ୍ରତିଶତ ରୋଗୀଙ୍କ ଡାଏଲିସିସ୍ ଦରକାର ପଡ଼ିଥାଏ ବୋଲି ଡ.କେନାର୍ ଜାଭେରି ପ୍ରକାଶ କରିଛନ୍ତି।