କାରୋନା ସଂକ୍ରମଣ କ୍ଷେତ୍ରରେ ଚୀନ୍‌କୁ ଟପିଲା ଭାରତ : ପିଟିଆଇ ରିପୋର୍ଟ

27

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ଶୁକ୍ରବାର ୮୨,୯୩୩ରେ ପହଞ୍ଚିଛି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ସୂଚନାନୁଯାୟୀ, ଶୁକ୍ରବାର ରାତି ୯ଟା ସୁଦ୍ଧା ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୮୫,୫୩୮ରେ ପହଞ୍ଚିଛି ଓ ମୃତ୍ୟୁ ସଂଖ୍ୟା ୨୬୭୯ ହୋଇଛି। ସେହିପରି ୩୦ହଜାର ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପିଟିଆଇ ରିପୋର୍ଟ ଅନୁସାରେ ସଂକ୍ରମଣ କ୍ଷେତ୍ରରେ ଭାରତ ଚୀନ୍‌କୁ ଅତିକ୍ରମ କରିଯାଇଛି। ଆଶ୍ବସ୍ତିର ବିଷୟ ହେଉଛି, ମୃତ୍ୟୁ ସଂଖ୍ୟା ତୁଳନାରେ ଚୀନ୍‌ଠାରୁ ଭାରତ ଉନ୍ନତ ସ୍ଥିତିରେ ରହିଛି। ଚୀନ୍‌ର ମୃତ୍ୟୁ ହାର ୫.୫ ପ୍ରତିଶତ ଥିବାବେଳେ ଭାରତର ରହିଛି ୩.୨ ପ୍ରତିଶତ। ସାରା ବିଶ୍ବରେ ଭାରତ ଏକାଦଶ ସ୍ଥାନରେ ରହିଛି। ପୃଥିବୀରେ ୪୫ଲକ୍ଷ ଲୋକ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୩ଲକ୍ଷ ଉପରେ ରହିଛି। ଚୀନ୍‌ରେ ମୋଟ ମୃତ୍ୟୁ ସଂଖ୍ୟା ୪୬୩୩ ଥିବାବେଳେ ପ୍ରାୟ ୧୦୦ ଜଣ ଚିକିତ୍ସାଧୀନ ଅଛନ୍ତି। ସରକାରୀ ହିସାବ ଅନୁସାରେ ଭାରତରେ ଶୁକ୍ରବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୬୪୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୯୬୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୦୦ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ୨୮ହଜାର ସୁସ୍ଥ ହୋଇଥିବାବେଳେ ୫୧ ହଜାର ୪୦୧ ଜଣ ଚିକିତ୍ସାଧୀନ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାମ୍ମୁ-କାଶ୍ମୀର, ବିହାର ଓ କର୍ଣ୍ଣାଟକରେ ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କରିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More