କାରୋନା ଭୟ : ଭାରତରେ ଥିବା ୮୦୦ ଆମେରିକୀୟ ନିଜ ଦେଶକୁ ଫେରିବାକୁ ଚାହୁଁନାହାଁନ୍ତି

26

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) ; ଭାରତରେ ଲକଡାଉନ୍ ଘୋଷଣା ହେବା ପରେ ପ୍ରାୟ ୪୪୪ ଅଷ୍ଟ୍ରେଲିଆ ନାଗରିକ ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀରୁ ମେଲବର୍ଣ୍ଣ ଅଭିମୁଖେ ଯାତ୍ରା କରିଛନ୍ତି। କିନ୍ତୁ ଭାରତରେ ଥିବା ଅଧିକାଂଶ ଆମେରିକୀୟ ନାଗରିକ ନିଜ ଦେଶକୁ ଫେରିବାକୁ ଚାହାଁନ୍ତି ନାହିଁ। ପ୍ରାୟ ୮୦୦ ଆମେରିକୀୟ ନାଗରିକଙ୍କ ମଧ୍ୟରୁ ୭୯୦ ଜଣ ନିଜ ଦେଶକୁ ନ ଯାଇ ଏଠାରେ ରହିବାକୁ ଚାହାଁନ୍ତି। ବିଭିନ୍ନ ଦେଶରେ ଫସି ରହିଥିବା ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ ଆମେରିକା ପ୍ରଶାସନ ସ୍ୱତନ୍ତ୍ର ବିମାନ ଚଳାଚଳ କରୁଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଟ୍ୱିଟ କରି କହିଛନ୍ତି ଯେ, ପ୍ରାୟ ୫୦ ହଜାର ଲୋକଙ୍କୁ ଆମେରିକା ଫେରାଇ ଆଣାଯାଇଛି। କିନ୍ତୁ ଅନେକ ଆମେରିକୀୟ ଫେରିବାକୁ ଚାହାଁନ୍ତି ନାହିଁ। ଏହାର ମୁଖ୍ୟ କାରଣ ହେଉଛି ଆମେରିକାର ଦ୍ରୁତଗତିରେ ବ୍ୟାପୁଥିବା କରୋନା ଭାଇରସ୍। ଆମେରିକାରେ କରୋନା ଭାଇରସ୍ ରେ ମୃତ୍ୟୁ ସଂଖା ସର୍ବାଧିକ। ଏଭଳି ପରିସ୍ଥିତିରେ ଆମେରିକୀୟ ନାଗରିକମାନେ ନିଜକୁ ଭାରତରେ ନିରାପଦ ମନେ କରୁଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More